ଭୁବନେଶ୍ୱର,୧୪।୨/(ବ୍ୟୁରୋ): ଲୋକେ ଗୋଟିଏ ୨୭ ବର୍ଷିୟ ଟାଇଗରକୁ କାବୁ କଲେ, ନିସ୍ତୁକ ମାଡ ମାରିଲେ ପରେ ପୁଲିସ ଯିମା ଦେଲେ । ପୁଲିସ ମଧ୍ୟ ଟାଇଗରର ଡାକ୍ତରୀ ପରୀକ୍ଷା କରେଇଲା ଓ ଗିରଫ କରି କୋର୍ଟ ଚାଲାଣ କଲା । କେବଳ ସେତିକି ନୁହେଁ ଜାମିନ ନାମଞ୍ଜୁର ହେବାରୁ ଟାଇଗରକୁ ଝାରପଡା ଜେଲ୍ ବିଚାର ବିଭାଗୀୟ ହାଜତକୁ ମଧ୍ୟ ପଠାଇ ଦିଆଗଲା । ଏତେକ ପଢି ସାରି ଆପଣଙ୍କୁ ନିଶ୍ଚୟ ଆଶ୍ଚର୍ଯ୍ୟ ଲାଗୁଥିବ ଯେ ଟାଇଗରକୁ କାବୁ କରି, ମାଡ ମାରି ଗିରଫ କରିବା ଭଳି ଘଟଣା କେଉଁଠି ଘଟିଛି । ଏହା ଆମରି ରାଜଧାନୀ ଭୁବନେଶ୍ୱରରେ ଘଟିଛି । ତାହା ପୁଣି କୌଣସି ଅଭାବବନୀୟ ଘଟଣା ନୁହେଁ । କାରଣ ଟାଇଗର୍ କୌଣସି ବାଘ ନୁହେଁ ଟାଇଗର ହେଉଛି ଜଣେ ମଣିଷ ।
ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ କରୁଥିବା ଅଭିଯୋଗରେ ଆଜି ନୟାପଲ୍ଲୀ ଥାନା ପୁଲିସ ସାଲିଆସାହି ବସ୍ତିବିକାଶପରିଷଦ ପାଖରେ ରହୁଥିବା ରବି ପାତ୍ର ଓରଫ ଟାଇଗର (୨୭)କୁ ଗିରଫ କରିଛି । ଟାଇଗର ସେହି ବସ୍ତିରେ ରହୁଥିବା ଜଣେ ବିବାହିତ ମହିଳାଙ୍କୁ ଏକ ତରଫା ଭଲ ପାଉଥିଲା । ହେଲେ ମହିଳା ଜଣଙ୍କ ଏହାକୁ ପ୍ରତ୍ୟାଖାନ କରି ଆସୁଥିଲେ । ଗତ ମଙ୍ଗବାର ସକାଳେ ମହିଳା ଜଣଙ୍କ ଘରେ ଏକୁଟିଆ ଥିବା ବେଳେ ଟାଇଗର୍ ହଠାତ୍ ପଶି ଯାଇଥିଲେ । ମହିଳା ଜଣଙ୍କ ତାଙ୍କୁ ବିରୋଧ କରିଥିଲେ ସୁଦ୍ଧା ସେ କୌଣସି କଥା ନଶୁଣି ମହିଳାଙ୍କୁ ଦୁଷ୍ମର୍ମ ଉଦ୍ୟମ କରିଥିଲେ । ଉପାୟ ସୂନ୍ୟ ହୋଇ ମହିଳା ଜଣଙ୍କ ପାଟି କରିଥିଲେ । ଘର ଭିତରୁ ମହିଳାଙ୍କ ଚିତ୍କାର ଶୁଣି ପାଖ ଲୋକ ଦୌଡି ଆସି ଟାଇଗରକୁ କାବୁ କରି ନେଇ ନିସ୍ତୁକ ଛେଚି ଥିଲେ । ଖବର ପାଇ ନୟାପଲ୍ଲୀ ପିସିଆର୍ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଟାଇଗରକୁ କାବୁ କରି ଥାନକୁ ଆଣିଥିଲା । ପରେ ମହିଳା ଜଣଙ୍କ ଟାଇଗଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଥିଲେ ।