ନୂଆଦିଲ୍ଲୀ,(ଏଟିଆର ବ୍ୟୁରୋ): ପୁଣି ଲାଇନଚ୍ୟୁତ ହେଲା ଟ୍ରେନ । ଯଦିଓ ଏଥିରେ କୌଣସି ବଡ଼ ଧରଣର ଅଘଟଣ ଘଟିନାହିଁ ତଥାପି ପୁଣିଥରେ ରେଳବିଭାଗର ଦାୟିତ୍ୱହୀନତା ପଦାରେ ପଡିଛି । ମୁମ୍ବାଇ-ହାୱଡା ମେଲର ୩ଟି କୋଚ ଲାଇନଚ୍ୟୁତ ହୋଇଥିବା ସୂଚନା ମିଳିଛି ।
ରବିବାର ରାତି ୨ଟା ୫ସମୟରେ ଏହି ଘଟଣା ଘଟିଛି । ଦୁର୍ଘଟଣାର ଖବର ପାଇ ସୁରକ୍ଷା କର୍ମୀମାନେ ପହଞ୍ଚି ପରିସ୍ଥିତିକୁ ଅନୁଧ୍ୟାନ କରିଛନ୍ତି । ତେବେ କେଉଁ କାରଣରୁ ୩ଟି କୋଚ ଲାଇନଚ୍ୟୁତ ହୋଇଛି ତାହାର କାରଣ ଜଣାପଡିନାହିଁ । ରିପୋର୍ଟ ଅନୁସାରେ, ନାଗପୁର ଦେଇ ଯାଉଥିବା ଟ୍ରେନଟି ଇଗତପୁରୀ ନିକଟରେ ଲାଇନଚ୍ୟୁତ ହୋଇଥିଲା । ଟ୍ରାକରୁ ବାହାରିଯାଇଥିଲା କୋଚ । ଘଟଣାକୁ ନେଇ କିଛି ସମୟ ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା । ବାରମ୍ବାର ଟ୍ରେନ ଦୁର୍ଘଟଣା ଘଟୁଥିବା ବେଳେ ଏବେ ଯାତ୍ରୀମାନେ ଭୟଭିତ ହୋଇପଡିଛନ୍ତି ।