ପୁରୀ,(ଏଟିଆର ବ୍ୟୁରୋ): ପୁଣି ବଗି ଛାଡି ପଳାଇଲା ଟ୍ରେନ । ତାହା ପୁଣି ୫କିମି । ବଲାଙ୍ଗିରି ଟିଟଲାଗଡ଼ ଷ୍ଟେସନ ପରେ ପୁଣି ଏମିତି ଏକ ଘଟଣା ନଜରକୁ ଆସିଛି ପୁରୀ ଷ୍ଟେସନରେ । ବାରମ୍ବାର ରେଳ ବିଭାଗର ଏଭଳି ଦାୟିତ୍ୱହୀନତାକୁ ନେଇ ଏବେ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।
ରିପୋର୍ଟ ଅନୁସାରେ, ଆଜି ସକାଳ ୮ଟା ବେଳେ ପୁରୀ-ପାସେଞ୍ଜର ଟ୍ରେନ ଷ୍ଟେସନ ଛାଡିଥିଲା । ତେବେ ଷ୍ଟେସନ ଛାଡି ଟ୍ରେନଟି ୫କିମି ଯିବା ପରେ ଜଣାପଡିଥିଲା ଯେ, ଟ୍ରେନର ବାକି ୩ଟି ବଗି ଷ୍ଟେସନରେ ଅଟକି ଯାଇଛି । ଏହାପରେ ପୁଣି ଥରେ ପଛୁଆ ପଛୁଆ ଟ୍ରେନଟି ଷ୍ଟେସନକୁ ଫେରିଥିଲା । ସୂଚନାଯୋଗ୍ୟ, ଗତ ଏପ୍ରିଲ ୭ତାରିଖରେ ପୁରୀ-ଅହମ୍ମଦାବାଦ ଟ୍ରେନଟି ଇଞ୍ଜିନ ଛାଡି ବଗି ୧୫କିମି ପଳାଇଥିଲା ।