ଭଦ୍ରକ,(ଏଟିଆର ବ୍ୟୁରୋ): ଶେଷରେ ଦୁର୍ଘଟଣା ଘଟାଇ ଫେରାର ହୋଇଯାଇଥିବା ଟ୍ରକ ଡ୍ରାଇଭରକୁ ଗିରଫ କଲା ପୁଲିସ । ଆନ୍ଧ୍ରପ୍ରଦେଶର କବିଟି ଥାନା ଅଞ୍ଚଳରୁ ତାକୁ ଗିରଫ କରାଯାଇଥିବା ଜଣାପଡିଛି । ଭଦ୍ରକ ରାହାଞ୍ଜରେ ଦୁର୍ଘଟଣା ଘଟାଇ ୫ଜଣ ସ୍କୁଲ ଛାତ୍ରଛାତ୍ରୀଙ୍କ ଜୀବନ ନେବା ପରେ ଘଟଣାସ୍ଥଳରୁ ଡ୍ରାଇଭରଟି ଫେରାର ହୋଇଯାଇଥିଲା ।
ଗିରଫ ଡ୍ରାଇଭର ନାଁ ଭେଙ୍କଟ ଆଦ୍ରୀ । ଆୟାଜିତ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ଭଦ୍ରକ ଏସଡିପିଓ ଜଳଧର ଜାଲି । ୩ଦିନ ତଳେ ସ୍କୁଲପିଲା ମାନେ ଆସୁଥିବା ବେଳେ ଟ୍ରକଟି ତାଙ୍କ ଉପରେ ମାଡି ଯାଇଥିଲା । ଘଟଣାସ୍ଥଳରେ ୫ଜଣ ଛାତ୍ରଛାତ୍ରୀ ଆଖି ବୁଜିଥିବା ବେଳେ ୬ଜଣ ଆହତ ହୋଇଥିଲେ ।