ପ୍ରତ୍ୟେକ ଘରର ରୋଷେଇ ଘରେ ହଳଦୀ ଉପଲବ୍ଧ। ଏହାକୁ ଖାଦ୍ୟରେ ଶ୍ୱାଦ ବଢାଇବା ପାଇଁ ବ୍ୟବହାର କରାଯାଏ । ଏହାବ୍ୟତୀତ ଏଥିରେ ଭରପୁର ମାତ୍ରାରେ ଔଷଧୀୟ ଗୁଣ ରହିଛି। କିନ୍ତୁ ଆପଣମାନେ ଜାଣିଛନ୍ତି କି ବହୁଳ ମାତ୍ରାରେ ହଳଦୀ ବ୍ୟବହାର ଶରୀର ପାଇଁ ହାନିକାରକ। ତେବେ ଆଜି ଆମେ କହିବାକୁ ଯାଉଛୁ ଯେ କେଉଁ ବ୍ୟକ୍ତିଙ୍କ ପାଇଁ ହଳଦୀ ବ୍ୟବହାର ଅନୁଚିତ।
ଗର୍ଭବତୀ ମହିଳା: ଗର୍ଭବତୀ ମହିଳା ମାନେ ଖାଦ୍ୟରେ ବିଶେଷ ହଳଦୀ ବ୍ୟବହାର କରନ୍ତୁ ନାହିଁ। କାରଣ ହଳଦୀ ଗର୍ଭାଶୟକୁ ଉତେଜିତ କରିଥାଏ। ଯାହାଦ୍ୱାରା ପେଟରେ ଶିଶୁ ନଷ୍ଟ ହେବାର ଆଶଙ୍କା ଅଧିକ ଥାଏ ।
ପିତାଶୟ(gall bladder) ବ୍ୟକ୍ତି: ହଳଦୀ ଖାଇବା ଦ୍ୱାରା ପିତାଶୟ ସମସ୍ୟା ଅଧିକ ବଢିଯାଏ । ଏଥିରେ ଥିବା କର୍କ୍ୟୁମିନ ପିତାଶୟ ଜନିତ କର୍କଟ ରୋଗକୁ କମାଇ ଥାଏ । କିନ୍ତୁ ଏଥିରେ ଥିବା ବାୟୋନାରୀ ଟ୍ରାକ୍ଟ ଆବ୍ଷ୍ଟ୍ରାକ୍ସନ ରୋଗୀଙ୍କୁ ହଳଦି ସେବନ ଅନୁଚିତ ।
ବୃକକ ରେ ଷ୍ଟୋନ ଥିବା ବ୍ୟକ୍ତି: ଯେଉଁ ବ୍ୟକ୍ତିଙ୍କର ବୃକକ୍ ରେ ଷ୍ଟୋନ ହୋଇଥିବ ସେମାନେ କଦାପି ହଳଦୀ ସେବନ କରନ୍ତୁ ନାହିଁ ।
ପେଟ ଗ୍ୟାସ ଜନୀତ ରୋଗୀ: ଯେଉଁ ବ୍ୟକ୍ତି ପେଟ ଗ୍ୟାସ ପାଇଁ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ସେମାନେ ଖାଦ୍ୟରେ ହଳଦୀ ବ୍ୟବହାର କରନ୍ତୁ ନାହିଁ । କାରଣ ଏଥିରେ ଥିବା କର୍କ୍ୟୁମିନ ଗ୍ୟାସକୁ ଅଧିକ ମାତ୍ରାରେ ବଢାଇ ଦେଇଥାଏ ।