ବ୍ରହ୍ମପୁର,(ଏଟିଆର ବ୍ୟୁରୋ) : ମାତ୍ର ୧୦୦୦ଟଙ୍କା ପାଇଁ ଫସିଲେ ବିଏମସି କର୍ମଚାରୀ । କଥାଟା ଟିକେ ଖଟକା ଲାଗୁଥିଲେ ବି ଏଭଳି ଏକ ଘଟଣା ଏବେ ସବୁଠି ଚର୍ଚ୍ଚାର ବିଷୟ ହୋଇଛି । ଭିଜିଲାନ୍ସ ଜାଲରେ ପଡିଛନ୍ତି ବ୍ରହ୍ମପୁର ମହାନଗର ନିଗମର ଖାଦ୍ୟ ସୁରକ୍ଷା ଅଧିକାରୀ ତପଶ୍ୱନୀ ବେହେରା । ରିପୋର୍ଟ ଅନୁସାରେ, ଷ୍ଟେସନ ରୋଡରେ ରହିଛି ଅମ୍ବିକା ହୋଟେଲ । ଯାହାର ମାଲିକ ହେଉଛନ୍ତି ରମେଶ ପାଢ଼ୀ ।
ତେବେ ରମେଶଙ୍କୁ ଫୁଡ ଲାଇସେନ୍ସ ଦେବା ଆଳରେ ତମଶ୍ୱନୀ ତାଙ୍କୁ ୧ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଜଣେ ସରକାରୀ କର୍ମଚାରୀ ହୋଇ ଲାଞ୍ଚ ମାଗିବା ଘଟଣାକୁ ନେଇ ରମେଶ ଭିଜିଲ୍ଲାନ୍ସ ପାଖରେ ପହଞ୍ଚିଥିଲେ । ଏହାପରେ ତପଶ୍ୱନୀଙ୍କୁ ରଙ୍ଗେ ହାତ ଧରିବା ଲାଗି ଭିଜିଲାନ୍ସ ଜାଲ ବିଛାଇଥିଲା । ଆଜି ସେ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି । ତେବେ ଘଟଣା ପରେ ତପଶ୍ୱନୀଙ୍କ ନିଳାଞ୍ଚଳ ନଗରରେ ଥିବା ଶ୍ୱଶୁର ଘର ଓ ପ୍ରେମନଗରରେ ଥିବା ବାପ ଘର ଉପରେ ମଧ୍ୟ ଭିଜିଲାନ୍ସ ଛାପା ମାରିଥିବା ଜଣାପଡିଛି ।