ଭୁବନେଶ୍ୱର,(ଏଟିଆର ଏକ୍ସକ୍ଲ୍ୟୁସିଭ): ଏଥରକ ରାଜଧାନୀ ନୁହେଁ ବରଂ ଭଦ୍ରକରେ ବି ହଇଚଇ । ପୁଣି ଜଣେ ଯୁବତୀଙ୍କ ଭିଡ଼ିଓ ଭାଇରାଲ ହୋଇଛି । ୩ମିନିଟ ୩୯ ସେକେଣ୍ଡର ଏହି ଭିଡିଓ ଏବେ ସମସ୍ତ ମୋବାଇଲରେ ଘୁରି ବୁଲୁଛି ।
ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ଭାଇରାଲ ଭିଡ଼ିଓ ଏଥରକ ଯୁବତୀଙ୍କ ଅଜ୍ଞାତରେ ହିଁ ରେକର୍ଡ ହୋଇଥିବା ଭିଡ଼ିଓରୁ ଜଣାପଡୁଛି । କେବଳ ଏତିକି ନୁହେଁ ଭିଡିଓଟି ଏକ ଅଫିସର ରୁମରେ ରେକର୍ଡ କରାଯାଇଥିବା ଶୁଣିବାକୁ ମିଳୁଛି । ଭାଇରାଲରେ ଥିବା ଯୁବତୀଙ୍କ ଘର ଭଦ୍ରକ ଚାନ୍ଦବାଲୀରେ ବୋଲି ସୂଚନା ମିଳୁଥିବା ବେଳେ ଏଯାବତ ଏନେଇ କୌଣସି ମାମଲା ରୁଜୁ ହୋଇନାହିଁ ।
ବାଇଗଣୀ ରଂଗର ଡ୍ରେସ ପିନ୍ଧିଥିବା ଯୁବତୀ ଓ ପିଙ୍କ ରଂଗର ସାର୍ଟ ପିନ୍ଧିଥିବା ବ୍ୟକ୍ତି ଗୋଟିଏ ଅଫିସ ଷ୍ଟାଫ ବୋଲି ଖବର ମିଳିଛି । ଘଟଣାର ତଦନ୍ତ କରାଗଲେ ଏହା ସ୍ପଷ୍ଟ ହେବ ଯେ ଭିଡ଼ିଓଟି କେଉଁଠି ରେକର୍ଡ କରାଯାଇଛି । ଏ କଥା ସ୍ପଷ୍ଟ ଯେ, ଏହି ଘଟଣାକୁ ଭାଇରାଲ କରିବା ଲାଗି ପୂର୍ବରୁ ସେହି ସ୍ଥାନରେ ଏଚଡି କ୍ୟାମେରା ଖଞ୍ଜା ଯାଇଥିଲା । ଶୁଣିବାକୁ ମିଳୁଛି ଯୁବତୀ ଜଣକ ଭୁବନେଶ୍ୱରରେ ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରନ୍ତି । ବ୍ୟକ୍ତି ଜଣକ କାଳେ ତାଙ୍କ ବସ ।
ସୂଚନାଯୋଗ୍ୟ, ଏହି ଭିଡ଼ିଓକୁ ମିଶାଇ ଗତ ମାସକ ଭିତରେ ୧୨ଟି ଭିଡିଓ ଭାଇରାଲ ହେଲାଣି । ଏପଟେ ଏହାକୁ ରୋକିବାକୁ ପୁଲିସ ଚେଷ୍ଟା ଚଳାଇଥିବା ବେଳେ ଏପଟେ ଏଭଳି ଘଟଣା ପୁଲିସର ଚେଷ୍ଟାକୁ ଫସର କରିଥିବା ଚର୍ଚ୍ଚା ହେଉଛି ।