ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ପୁଣି ଆଉ ଏକ ଯୁବତୀଙ୍କ ଭିଡ଼ିଓ ଭାଇରାଲ ହୋଇଛି । ଦୁଇଟି ଭିଡ଼ିଓ କ୍ଲିପ ଭାଇରାଲ ହୋଇଥିବା ବେଳେ ଏବେ ସେହି ଭିଡିଓ କ୍ଲିପ ମୋବାଇଲ ଟୁ ମୋବାଇଲ ଘୁରି ବୁଲୁଛି । ଯାହାକୁ ନେଇ ଏବେ ଚାରିଆଡେ ହଇଚଇ ସୃଷ୍ଟି ହୋଇଛି ।
କୁହାଯାଉଛି ଭାଇରାଲ ଭିଡିଓରେ ଥିବା ଯୁବତୀ ଜଣଙ୍କ ଏକ ଜଣାଶୁଣା ଆଇଟି ସେକ୍ଟରରେ କାର୍ଯ୍ୟ କରନ୍ତି । ତେବେ ଭିଡ଼ିଓଟି କିଏ ଓ କାହିଁକି ଭାଇରାଲ କରିଛି ସେ ସମ୍ପର୍କରେ କିଛି ବି ଜଣାପଡିନାହିଁ । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏଠି ବି ଭିଡିଓଟି ଯୁବତୀଙ୍କ ଜାଣତରେ ହିଁ ରେକର୍ଡ ହୋଇଛି । ତେବେ ରେକର୍ଡିଂ ବେଳେ ଅତି ଚାଲାକ ପଡିଛନ୍ତି ଯୁବତୀଙ୍କ ପୁରୁଷ ବନ୍ଧୁ ।
ଭିଡିଓରେ କୌଣସି ଏକ ଫୁଟେଜରେ ତାଙ୍କ ମୁହଁ ଆସୁନାହିଁ । ସେପଟେ ପୁଣି ଥରେ ଏଭଳି ଭିଡ଼ିଓ ଭାଇରାଲ ଘଟଣା ପରେ ଗୋଟିଏ କଥା ସ୍ପଷ୍ଟ ହେଉଛି କି’ ଏହା ଉପରେ ରୋକ ଲଗାଇବାକୁ କମିଶନରେଟ ପୁଲିସ ଯେଉଁ ପଦକ୍ଷେପ ମାନ ନେଉଛି ତାକୁ ଆଦୌ ମାନୁନାହନ୍ତି ଯୁବଗୋଷ୍ଠୀ ।