ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ପୂରା ଆଖେଇକି ଥାଆନ୍ତି । ବଜାରକୁ ଆସୁ ଆସୁ ଏକ୍ସକ୍ଲ୍ୟୁସିଭ ମାରିବା ଚକରରେ ରହନ୍ତି । ପୁଲିସ ପାଖରେ ଖବର ଥାଉ କି’ ନଥାଉ ଭାଇରାଲ ଭିଡ଼ିଓ ଓ ଫଟୋ ୟାଙ୍କ ମୋବାଇଲରେ କିନ୍ତୁ ପହଞ୍ଚିଯାଏ ସଙ୍ଗେ ସଙ୍ଗେ । ବାସ ତା’ ପରେ ଆରମ୍ଭ ହୁଏ ଖେଳ । ଯୁବକ ଯୁବତୀଙ୍କର ଅନ୍ତରଙ୍ଗ ମୁହୂର୍ତ୍ତର ଭାଇରାଲ ଭିଡ଼ିଓ ବା ଫଟୋ ଆଗୁଆ ସାଉଁଣ୍ଟି ବାହାବାଃ ନେଉଥିବା ଜଣେ ସାମ୍ବାଦିକ ଏବେ ପଡିଛନ୍ତି ଖୋଦ ଭାଇରାଲର ଜାଲରେ । ଅନ୍ୟର ଭାଇରାଲ ଫଟୋ ପ୍ରକାଶ କରୁ କରୁ ଏବେ ନିଜେ ହୋଇଯାଇଛନ୍ତି ଭାଇରାଲ । ପୂର୍ବରୁ କଲେଜ ପଢ଼ୁଆ, ଅଭିନେତା, ଅଭିନେତ୍ରୀ ଏପରିକି ପୁଲିସର ଅନ୍ତରଙ୍ଗ ମୁହୂର୍ତ୍ତ ଭିଡ଼ିଓ ଭାଇରାଲ ହୋଇଛି । କିନ୍ତୁ ଏଥର ସମସ୍ତଙ୍କ ଭାଇରାଲକୁ ଭାଇରାଲ କରୁଥିବା ସାମ୍ବାଦିକ ଜଣଙ୍କ ଓଡିଶାର ପ୍ରଥମ ଭାଇରାଲ ଜର୍ଣ୍ଣାଲିଷ୍ଟ ଭାବେ ନିଜ ନାମ ଲେଖି ଦେଇଛନ୍ତି ।
ମୋଟାମୋଟି ଭାବେ କହିବାକୁ ଗଲେ ଏଥର ଜଣେ ସାମ୍ବାଦିକଙ୍କର ଫଟୋ ଭାଇରାଲ ହୋଇଛି । ମୋଟ ୩ଟି ଫଟୋ ଭାଇରାଲ ହୋଇଥିବା ବେଳେ ଗୋଟିଏ ଫଟୋରେ ବାବୁଙ୍କୁ ଯୁବତୀ ଜଣକ ଚୁମ୍ବନ ଦେଉଥିବା କ୍ୟାମେରାରେ କ୍ୟାପଚର ହୋଇଛି । ସେହିପରି ଆଉ ଗୋଟିଏ ଫଟୋରେ ଯୁବତୀଙ୍କୁ ସାମ୍ବାଦିକ ଜଣଙ୍କ ଗୋଟିଏ ଟାଇଟ ହଗ ଦେଇଛନ୍ତି । ଆଉ ଶେଷ ଫଟୋଟିରେ ଯୁବତୀ ଜଣଙ୍କ ସାମ୍ବାଦିକଙ୍କୁ କୁଣ୍ଢାଇଥିବା ବେଳେ ସାମ୍ବାଦିକ ଦେଖାଇଛନ୍ତି ଥମ୍ବସ-ଅପ । ରାତିରେ ଉଠାଯାଇଥିବା ଏହି ୩ଟି ଯାକ ଫଟୋକୁ ଦେଖିଲେ ଲାଗୁଛି ଉଭୟଙ୍କ ସହମତିରେ ତ’ ଫଟୋ ଉଠିଛି କିନ୍ତୁ ଫଟୋକୁ ଉଠାଇଛନ୍ତି କେହି ଜଣେ ଥାର୍ଡ ପର୍ସନ । ଏଠି ପ୍ରଶ୍ନ ଉଠିବା ସ୍ୱାଭାବିକ ଅନ୍ୟର ସରମକୁ ଖୁଲ୍ଲେଆମ ପ୍ରଚାର କରୁଥିବା ସାମ୍ବାଦିକ ଜଣଙ୍କ ନିଜେ ଏତେ ବେସରମ କେମିତି ହେଲେ? ଲଜ୍ଜାର ସୀମା ସରହଦକୁ ଡେଇଁ ନିଛାଟିଆ ରାସ୍ତାରେ ଯୁବତୀଙ୍କ ସହ ଫଟୋ ସୁଟ ତ’ କଲେ ହେଲେ କାହା ପାଖକୁ ଏମିତି ପଠାଇଲେ ଯିଏ ଏହାକୁ ଭାଇରାଲ କଲା ।
ଏହି ଭାଇରାଲ ପଛରେ ସାମ୍ବାଦିକଙ୍କ ହାତ ନା’ ଉଭୟଙ୍କ ଫଟୋକୁ ଅତି ଆଦରରେ ଉଠାଇଥିବା ସେହି ଥାର୍ଡ ପର୍ସନର ହାତ ରହିଛି ତାହା ଜଣାପଡିନାହିଁ । ସେପଟେ ବିଭିନ୍ନ ସଂସ୍ଥାରୁ ପ୍ରତିଷ୍ଠିତ ବରିଷ୍ଠ ସାମ୍ବାଦିକ ଭାବେ ଅନେକ ସମ୍ମାନ ଗୋଟାଇଥିବା ଏହି ସାମ୍ବାଦିକ ବାବୁ ଜଣଙ୍କ ଯୁବତୀଙ୍କୁ ବେଇଜ୍ଜତ କରିବା ଲାଗି ନିଜେ ଆଉ ଭାଇରାଲ କରି ନାହାନ୍ତି ତ? ଆମେ ତ’ ଅପେକ୍ଷା କରିବା ଅନ୍ୟର ଭାଇରାଲ ଖବରକୁ ଲୋକଲୋଚନକୁ ଆଣୁଥିବା ସାମ୍ବାଦିକ ବନ୍ଧୁଜଣଙ୍କ ନିଜ ଫଟୋକୁ କେବେ କଭର ପେଜରେ ବସାଇବେ?