ଯାଜପୁର,(ଏଟିଆର ବ୍ୟୁରୋ): ପୁଣି ଭାଇରାଲ ହୋଇଛି ଆଉ ଜଣେ ଛାତ୍ରୀଙ୍କ ଅଶ୍ଳୀଳ ଫଟୋ । ଯାହା ପୂରା ଏବେ ହଇଚଇ ସୃଷ୍ଟି କରିଛି ଯାଜପୁରରେ । ସବୁଠୁ ବଡ଼ କଥା ହେଉଛି ଭାଇରାଲ କରିଥିବା ଯୁବକ ରଜକୁ ଡ୍ରେସ କରିବା ଲାଗି ଖୁଲମଖୁଲ୍ଲା ୨ହଜାର ଟଙ୍କା ମାଗିଛି । ଟଙ୍କା ଦେଲେ ସେ ଆହୁରି ଅନେକ ଫଟୋ ଦେବ ବୋଲି ଫେସବୁକରେ ଜଣାଇଛି ।
ସେପଟେ ନିଜ ଫଟୋ ଭାଇରାଲ ହୋଇଥିବା ଜାଣିବା ପରେ ଏବେ ଯୁବତୀ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ବିଷ ପିଇ ଗୁରୁତର ଥିବା ଯୁବତୀଙ୍କୁ ପରିବାର ଲୋକେ ପ୍ରଥମେ ଯାଜପୁର ଓ ପରେ କଟକ ବଡ଼ ମେଡିକାଲକୁ ନେଇଥିବା ଜଣାପଡିଛି । ତେବେ ଫଟୋ ପୋଷ୍ଟ ହୋଇଥିବା ଫେସବୁକ ଆଇଡି ରାହୁଲକୁନି ନାଁରେ ରହିଛି । ଯଦିଓ ଏନେଇ ଥାନାରେ କୌଣସି ମାମଲା ରୁଜୁ ହୋଇଛି କି’ ନାହିଁ ତାହା ଜଣାପଡିନାହିଁ କିନ୍ତୁ ଏହାକୁ ପୁଲିସ ଗୁରୁତର ସହ ନେଇ ତଦନ୍ତ କରିବାକୁ ଲୋକେ ଅନୁରୋଧ କରିଛନ୍ତି ।