ପୁରୀ,(ଏଟିଆର ବ୍ୟୁରୋ): ପୁଣି ଭାଇରାଲ ହୋଇଛି ଶ୍ରୀ ମନ୍ଦିର ଫଟୋ । ମନ୍ଦିର ପ୍ରଶାସନ ଓ ପୁଲିସର ବାରମ୍ବାର ସଚେତନତା ପରେ ବି କମିବାରେ ନାଁ ଧରୁନାହିଁ ଶ୍ରୀମନ୍ଦିର ଫଟୋ ଭାଇରାଲ ହେବା ଘଟଣା । ପୁଣି ଥରେ ସୋସିଆଲ ମିଡିଆରେ ଘୁରି ବୁଲୁଛି ଶ୍ରୀ ମନ୍ଦିରର ଭିତର ଫଟୋ ।
ହାଇଦ୍ରାବାଦର ଜଣେ ଯୁବକ ଏହି ଫଟୋ ଫେସବୁକରେ ଭାଇରାଲ କରିଥିବା ଶୁଣିବାକୁ ମଳୁଛି । ତାଙ୍କ ନାଁ ଆନନ୍ଦ ଗିନକିଣ୍ଟଳ । ଫେସବୁକ ଆକାଉଣ୍ଟରେ ୨ଟି ଫଟୋ ଭାଇରାଲ ହୋଇଥିବା ଦେଖିବାକୁ ମିଳିଛି । ଅନୁମାନ କରାଯାଉଛି କୀର୍ତ୍ତନ ଚକଡ଼ାରୁ ଏହି ଫଟୋ ଭାଇରାଲ ହୋଇଛି ।