ବାଲେଶ୍ୱର,(ଏଟିଆର ବ୍ୟୁରୋ) : ପାରିବାରିକ କଳହ କେତେ ଯେ ଭୟଙ୍କର ରୂପ ନିଏ ତାର ପୁଣି ଏକ ଚିତ୍ର ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲାର ଓଡଙ୍ଗୀ ଗାଁରେ । ଯାହା ଶୁଣିଲେ ଆପଣଙ୍କ ରୁମ ମୂଳ ବି ଟାଙ୍କୁରି ଉଠିବ । ଜଣେ ବ୍ୟକ୍ତି ଉତ୍ତ୍ୟକ୍ତ ହୋଇ ତାଙ୍କ ପତ୍ନୀଙ୍କ ତଣ୍ଟି କାଣ୍ଟି ହତ୍ୟା କରିଛନ୍ତି । ମୃତ ମହିଳାଙ୍କ ନାଁ ଅଞ୍ଜଳୀ ଦାସ ବୋଲି ଜଣାପଡିଛି । ପୁଲିସ ଏନେଇ ଏକ ମାମଲା ରୁଜୁ କରି ଘଟଣାର ଖୋଳତାଡ ଆରମ୍ଭ କରିଛି ।
ରିପୋର୍ଟ ଅନୁସାରେ, କୌଣସି ଏକ କଥାକୁ କେନ୍ଦ୍ରକରି ଅଞ୍ଜଳୀ ଓ ତାଙ୍କ ସ୍ୱାମୀଙ୍କ ମଧ୍ୟରେ କଥା କଟାକଟି ହୋଇଥିଲ । ଯେଉଁଥିରେ ଉତ୍ତ୍ୟକ୍ତ ହୋଇ ସେ ଅଞ୍ଜଳୀଙ୍କ ତଣ୍ଟି କାଟି ଦେଇଥିଲେ । ଗୁରୁତର ଅବସ୍ଥାରେ ଅଞ୍ଜଳୀଙ୍କ ଦିଅର ଅଞ୍ଜଳୀଙ୍କୁ ହସପିଟାଲରେ ଭର୍ତ୍ତି କରିଥିଲେ । ଅବସ୍ଥା ଗୁରୁତର ହେବାରୁ ଅଞ୍ଜଳୀଙ୍କୁ କଟକ ନେଇଯିବା ଲାଗି ଡାକ୍ତର ପରାମର୍ଶ ଦେଇଥିଲେ । ତେବେ ବାଟରେ ଅଞ୍ଜଳୀଙ୍କ ମୃତ୍ୟୁ ହୋଇଛି ।