ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ):ଆଜି ସାରାଦେଶରେ ପାଳିତ ହେଉଛି ବିଶ୍ୱ ଯୋଗ ଦିବସ । ଏ ନେଇ ସାଧାରଣ ଜନତା ଠାରୁ ଆରମ୍ଭ କରି ରାଜନେତା ଓ ସେଲିବ୍ରିଟି ପର୍ଯ୍ୟନ୍ତ ସମସ୍ତେ ଯୋଗ କରି ଫିଟ ରହିବା ପାଇଁ ବାର୍ତ୍ତା ଦେଇଛନ୍ତି ।
ସେହିପରି ଚତୁର୍ଥ ଅନ୍ତଃରାଷ୍ଟ୍ରୀୟ ଯୋଗ ଦିବସ କାର୍ଯ୍ୟକ୍ରମରେ ଯୋଗଦେଇ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ କହିଛନ୍ତି ଯେ ଯୋଗ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ । ଧର୍ମ ସହ ଯୋଗର କୌଣସି ସମ୍ବନ୍ଧ ନାହିଁ । ଏହା ସମଗ୍ର ବିଜ୍ଞାନର ବିଭିନ୍ନ କ୍ଷେତ୍ରରେ ବଂଶ ବୁନିୟାଦି ସହ ଜଡ଼ିତ ରହିଛି । ଏହା ବ୍ୟତୀତ ସେ କହିଥିଲେ ଯେ କିଛି ଲୋକେ ଏହି ପ୍ରାଚୀନ ବୈଜ୍ଞାନିକ ପ୍ରଣାଳୀକୁ ଧର୍ମ ସହ ଯୋଡି ଦେଉଛନ୍ତି । ଏହା କିନ୍ତୁ ପ୍ରକୃତରେ ଠିକ୍ ନୁହେଁ । ଆଜିକା ଦିନରେ ଶାରୀରିକ ଓ ମାନସିକ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଯୋଗକୁ ଲୋକମାନେ ନିତିଦିନ କରିବା ଭଲ ।