ଏକବିଂଶ ଶତାଦ୍ଦୀରେ ଭାରତ l ଭାରତ ବର୍ତ୍ତମାନ ବିକାଶଶୀଳ ଅବସ୍ଥାରୁ ବିକଶିତ ରାଷ୍ର୍ଟର ସ୍ବୀକୄତି ନିମିତ୍ତ ଅବଧାବିତ l କେବଳ ଭାରତ ନୁହେଁ ସମଗ୍ର ମାନବ ସଭ୍ୟତା ଆଜି ଉନ୍ନତି ପଛରେ ଧାବମାନ କ୍ଷ ଯେଉଁ ଆଦିମ ମାନବ ଗଛର ବକ୍କଳ ପରିଧାନ କରୁଥିଲା , କଞ୍ଚା ମାଂସ ଭକ୍ଷଣ କରୁଥିଲା ଏବଂ ଝରଣା ପାଣି ପାନ କରି ନିଜ ତୃଷ୍ଣା ନିବାରଣ କରୁଥିଲା , ସେହି ଆଦିମ ମାନବ ସଭ୍ୟତା ଆଜି ଉନ୍ନତିର ଚରମ ଶିଖରେ ଅଧିଷ୍ଠିତ l ସେହି ଆଦିମ ମାନବ ଆଜି ଚନ୍ଦ୍ରପୃଷ୍ଠରେ ଅବତରଣ କରି ପାରିଛି l ମଙ୍ଗଳ ଗ୍ରହରେ ନିଜ ଉନ୍ନତିର ଧ୍ବଜା ଉତ୍ତୋଳନ କରି ପାରିଛି ଏବଂ ବିଜ୍ଞାନର ଜୟଯାତ୍ରାକୁ ସମ୍ଭବପର କରି ପାରିଛି l ସେହି ଆଦିମ ମାନବ ଆଜି ଅକଳ୍ପନୀୟ ଚିତ୍ରକୁ ବାସ୍ତବତାର ରୂପ ପ୍ରଦାନ କରିଛି ସତ ମାତ୍ର ସେହି ଉନ୍ନତି ଭିତରେ ହଜେଇ ଦେଇଛି ନିଜର ସାମାଜିକ ଶାନ୍ତି , ଯେଉଁ ସାମାଜିକ ଶାନ୍ତି ନିମିତ୍ତ ସେ ଗଠନ କରିଥିଲା ସମାଜ l ସମାଜରେ ମାନବିକ ମୂଲ୍ୟବୋଧର ଅଧଃପତନ ଘଟିଛି l ପ୍ରତ୍ୟେକ ଅନ୍ୟର ଦୋଷ ଦୁର୍ବଳତାକୁ ସମାଲୋଚନା କରିବାରେ ବ୍ୟସ୍ତ , କିନ୍ତୁ ନିଜ ମଧ୍ୟରେ କେତେ ଯେ ଦୋଷ , ଦୁର୍ବଳତା ଭରି ରହିଛି ତାହା କେହି କେବେ ସମୀକ୍ଷା କରିଛନ୍ତି କି ? ଏହା ହିଁ ହେଉଛି ଆଧୁନିକ ଉନ୍ନତ ମାନବ ସଭ୍ୟତାର ନଗ୍ନ ରୂପ l ସଂପ୍ରତି ସମାଜରେ ପ୍ରତ୍ୟେକ ଅନ୍ୟକୁ ସମାଲୋଚନା କରିବାରେ ବ୍ୟସ୍ତ ଯଦ୍ଦ୍ବାରା ସାମାଜିକ ଶାନ୍ତି ବିପନ୍ନ ହୋଇଛି ଏବଂ ବଢି ଚାଲିଛି ସାମାଜିକ କଳହ l
ଦ୍ବନ୍ଦ, ହିଂସା, ଦ୍ବେଷ ଓ ପରଶ୍ରୀକାତରତା l ଏସବୁ ଗୋଟିଏ ସଭ୍ୟ ସମାଜରେ ଅସଭ୍ୟତାର ନିଛ୍ଥକ ପ୍ରତିଛବିକୁ ପ୍ରତିଫଳିତ କରେ l କାହିଁକି ନା ହବସ ଙ୍କ ପ୍ରକୃତି ରାଜ୍ୟରେ ମଧ୍ୟ ମାନବ ଅସଭ୍ୟ ଥିଲା l ହିଂସା , ଦ୍ବେଷ , ପରଶ୍ରୀକାତରତା ଦେଖିବାକୁ ମିଳୁଥିଲା ଏବଂ ଶାନ୍ତି ବିପନ୍ନ ଥିଲା l ସେହି ଅଶାନ୍ତିରୁ ନିସ୍ତାର ପ୍ରାପ୍ତି ନିମିତ୍ତ ସେ ଅସଭ୍ୟ ଅବସ୍ଥାରୁ ନିଜକୁ ସଭ୍ୟ ଅବସ୍ଥାକୁ ରୂପାନ୍ତରିତ କଲା ଏବଂ ସମାଜ ଗଠନ କରି ନିଜକୁ ସଭ୍ୟ ମାନବର ପରିଚୟ ପ୍ରଦାନ କଲା ଏବଂ ବର୍ତ୍ତମାନ ସୁଦ୍ଧା ସେହି ମାନବ ଉନ୍ନତି ପରେ ଉନ୍ନତି କରି ଚାଲିଛି l କିନ୍ତୁ ଏହି ଉନ୍ନତି ଓ ସଭ୍ୟ ମାନବ ପୁଣି ନିଜ ଅଜ୍ଞାତସାରରେ ସେହି ପୂର୍ବାବସ୍ଥାକୁ ଅର୍ଥାତ୍ , ହିଂସା, ଦ୍ବେଷ, ପରଶ୍ରୀକାତରତା, ସାମାଜିକ କଳହ, ଦ୍ବନ୍ଦ ଗୁଡିକ ଯୋଗୁଁ ନିଜ ଆଦିମ ଅବସ୍ଥାକୁ, ତଥା ପ୍ରକୃତି ରାଜ୍ୟକୁ ଗତି କରୁଛି ଏଥିରେ କୌଣସି ଦ୍ବିମତ ପ୍ରକାଶ କରାଯାଇ ନପାରେ l ମାନବ ସଭ୍ୟତା ଯେତେ ଉନ୍ନତି କଲେ ମଧ୍ୟ, ଯଦି ସାମାଜିକ ଶାନ୍ତି ଟିକକ ବଜାୟ ରଖାଯାଇ ନପାରେ ତା’ ହେଲେ ସେଭଳି ଉନ୍ନତ ମାନବ ସମାଜ ପ୍ରକୃତ ଉନ୍ନତର ପଦବାଚ୍ୟ କି ? ତାହା ହିଁ ମନରେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଥାଏ l ତେଣୁ ସମାଜର ପ୍ରତ୍ୟେକ ସ୍ତରରେ ପରିବାରରେ ହେଉ କିମ୍ବା ଚାକିରି କ୍ଷେତ୍ରରେ ହେଉ କିମ୍ବା ଅନ୍ୟ ଯେ କୌଣସି କ୍ଷେତ୍ରରେ ” ଆତ୍ମ ସମୀକ୍ଷା ” ର ଭୂମିକାକୁ ବିଶ୍ଳେଷଣ କରାଯାଇ ସଚେତନତା ସୃଷ୍ଟି କଲେ ବିଭିନ୍ନ ସାମାଜିକ ଦ୍ବନ୍ଦ ଓ କଳହ ଗୁଡିକୁ ବିଲୋପ କରାଯାଇ ସାମାଜିକ ଶାନ୍ତିକୁ ବଜାୟ ରଖାଯାଇପାରିବ l
ଲେଖିକା ‐ : ରଞିତାରାଣୀ ବାଗ୍
ଏମ୍.ଏ ଛାତ୍ରୀ (ରାଜନିତୀ ବିଜ୍ଞାନ ବିଭାଗ)
ସମ୍ବଲପୁର ବିଶ୍ବ ବିଦ୍ୟାଳୟ
ଜ୍ୟୋତି ବିହାର,ବୁର୍ଲା