ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଆଜିଠାରୁ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ସେବାୟତଙ୍କୁ କରୋନା ଟିକା ଦିଆଯିବ । ଆଜିଠୁ ଦୈନିକ ୫୦ ଜଣଙ୍କୁ ଏହି ଟିକା ପ୍ରଦାନ କରାଯିବ । ସକାଳ ୧୦ ଟାରୁ ଏହି ଟିକାକରଣ ଆରମ୍ଭ ହେବ । ମନ୍ଦିର ସେବାୟତମାନେ ଟିକା ନେବା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି ବୋଲି ବିଏମସି କର୍ତ୍ତୃପକ୍ଷ ନିର୍ଦ୍ଦେଶନାମା ଜାରି କରିଛନ୍ତି ।
୧୬ ତାରିଖ ସୁଦ୍ଧା ଦେଶରେ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହୋଇଛି ।ଏହି ଟିକାକରଣରେ ୧ ଲକ୍ଷ ୭ହଜାର ୬୭୮ଜଣ ଟିକାକରଣ ସରିଛି । ସେଥିମଧ୍ୟରୁ ୪୪୪ ହଜାର ୨୪୪ ଜଣ ସ୍ୱାସ୍ଥ୍ୟକର୍ମୀ , ୨୩ ହଜାର ୩୫୫ ଜଣ କରୋନା ଯୋଦ୍ଧାଙ୍କୁ ଟିକାକରଣ କରାଯାଇଛି । ଏହା ସହ ୪୦ ହଜାର ୭୯ ଜଣ ବରିଷ୍ଠ ନାଗରିକ ଓ ଅନ୍ୟ ରୋଗାର ପୀଡିତ ଥିବା ବ୍ୟକ୍ତିଙ୍କୁ କରୋନା ଟିକା ଦିଆଯାଇଛି ।
ସମସ୍ତ ସହରାଞ୍ଚଳରେ ପ୍ରାଥମିକ ସ୍ୱାସ୍ଥ୍ୟାକେନ୍ଦ୍ରରେ ସୋମବାର,ଗୁରୁବାର,ଓ ଶନିବାର ଟିକାକରଣ କରାଯାଉଛି । ଏବଂ ସବୁ ଘରୋଇ ହସ୍ପିଟାଲରେ ରବିବାର ଓ ଅନ୍ୟ ଛୁଟିଦିନ ବ୍ୟତୀତ ସବୁଦିନ ଟିକାକରଣ କରାଯାଇଥିବା ବିଏସି ପ୍ରେମ ଚନ୍ଦ୍ର ଚୈାଧୁରୀ ସୂଚନା ଦେଇଛନ୍ତି ।