ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ):ଆଜି ଭିଡିଓ କନଫରେନ୍ସ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୀତି ଆୟୋଗର ଷଷ୍ଠ ପରିଚାଳନା ବୈଠକର ଅନୁଷ୍ଠିତ କରିଛନ୍ତି । ବୈଠକରେ ମୋଦୀ କହିଛନ୍ତି ବିକାଶ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ।
ଦେଶର ବିକାଶ ପାଇଁ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ମିଳିତ ଭାବେ କାର୍ଯ୍ୟ କଲେ ଦେଶର କୃଷି କ୍ଷେତ୍ର ସହିତ ଅନ୍ୟ କ୍ଷେତ୍ରରେ ମଧ୍ୟ ବିକାଶ ସମ୍ଭବ ହୋଇପାରିବ ।ଆଉ କିଛି ରାଜ୍ୟର ବିକାଶ ତ୍ୱରାନିତ ହେବା ସହ ପ୍ରତ୍ୟେକ ଗରିବଙ୍କ ପାଇଁ ପକ୍କା ଘରଦେବା ପାଇଁ ଲକ୍ଷ୍ୟ ରଖାଯାଇଛି । ଦେଶକୁ ଆଗେଇ ନେବା ପାଇଁ ଆଲୋଚନା ନିହାତି ଆବଶ୍ୟକ ବୋଲି ମୋଦୀ କହିଛନ୍ତି ।
ଆତ୍ମନିର୍ଭର ଭାରତ ଗଠନ କରିବା ଲାଗି ନିର୍ମାଣ କ୍ଷେତ୍ର ଉପରେ ଅଧିକ ଗୁରୁତ୍ୱ ଦିଆଯିବା ଆବଶ୍ୟକ । ଏବଂ ଏହି ଉତ୍ପାଦନକୁ ବିଶ୍ୱସ୍ତରୀୟ କରିବା ଅପରିହାର୍ଯ୍ୟ । ଦେଶରେ ପ୍ରାଇଭେଟ ସେକ୍ଟର ଅତି ଉତ୍ସାହର ସହ ୂଅଗ୍ରଗତି କରିଚାଲିଛି । ଏହି କ୍ଷେତ୍ରକୁ ସମ୍ମାନ ଦେବା ପାଇଁ ଆତ୍ମନିର୍ଭର ଭାରତ ଅଭିଯାନରେ ସାମିଲ କରିବାକୁ ପଡିବ ।