ମାଲକାନଗିରି(ଏଟିଆର ବ୍ୟୁରୋ): ଓଡିଶାରେ କରୋନା ସଂକ୍ରମଣା ଭୟାବହ ବଢିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ଥାନରେ ନାଇଟ କର୍ଫ୍ୟୁ ମଧ୍ୟ ଜାରି କରାଯାଇଛି । ସେହିପରି ଆଜି ରାତିଠାରୁ ମାଲକାନ ଜିଲ୍ଲାରେ ନାଇଟ କର୍ଫ୍ୟୁ ଲାଗୁ ହେବ । ଆସନ୍ତା ୨୩ ତାରିଖରୁ ୩୧ ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ ଲାଗୁ କରାଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ନିୟମ କଡାକଡି କରାଯାଇଛି ।
ନାଇଟ କର୍ଫ୍ୟୁ ରାତ୍ରି ୯ ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ଲାଗୁ ହେବ । ଗତ ୪ ଦିନ ହେବ ରାଜ୍ୟରେ କରୋନା ଗ୍ରାଫ ବଢିବାରେ ଲାଗିଛି । ମାଲକାନଗିରି ଜିଲ୍ଲାରେ ମଧ୍ୟ କରୋନା ସଂକ୍ରମଣ ଭୟ ବଢିଛି । ମାଲକାନଗିରି ଜିଲ୍ଲାରେ ପ୍ରସିଦ୍ଧ ଗଡ ଯାତ୍ରା ଆରମ୍ଭ ହୋଇଥିବାବେଳେ ବିପୁଳ ଜନସମାଗମ ନେଇ ପ୍ରଶାସନ ପକ୍ଷରୁ ନାଇଟ କର୍ଫ୍ୟୁ ଜାରି କରାଯାଇଛି ।
ବର୍ତ୍ତମାନ ମାଲକାନଗିରି ଜିଲ୍ଳାରେ କରୋନା ସଂକ୍ରମଣଙ୍କ ସଂଖ୍ୟା ଶୂନ ରହିଛି । ନାଇଟ କର୍ଫ୍ୟୁ ସମୟରେ ସର୍ବସାଧାରଣ ସ୍ଥାନରେ ଦୋଳ ଓ ହୋଲି ଖେଳ ଉପରେ କଟକଣା ଲଗାଯାଇଛି ।ସେହିପରି କୋଭିଡ ଗାଇଡଲାଇନ ମାନି ୫୦ ଜଣଙ୍କ ମଧ୍ୟରେ ଦୋଳ ମେଲଣ ହେବ ।