ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଖଣ୍ଡପଡାରେ ବିଜେଡି ପ୍ରାର୍ଥୀ ହେବେ ରାଜ୍ୟସଭା ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ । ଏବେ ଏଭଳି ଚର୍ଚ୍ଚା ସବୁଠି ଆରମ୍ଭ ହୋଇଛି । ଖଣ୍ଡପଡାରେ ନିର୍ବାଚନ ଲଢ଼ି ଲଗାତାର ପରାସ୍ତ ହୋଇଛନ୍ତି ସୌମ୍ୟ । ତେବେ ଚଳିତ ନିର୍ବାଚନରେ ସେ ବିଜେଡି ପକ୍ଷରୁ ପ୍ରାର୍ଥୀ ହୋଇପାରନ୍ତି । ସୌମ୍ୟଙ୍କ ସହ ରାଜ୍ୟସଭା ସାଂସଦ ହୋଇଥିବା ଅଚ୍ୟୁତ ସାମନ୍ତ କନ୍ଧମାଳ ଲୋକସଭା ପ୍ରାର୍ଥୀ ହୋଇଛନ୍ତି । ଏହାପରଠାରୁ ଆରମ୍ଭ ହୋଇଥିଲା କି ସୌମ୍ୟରଞ୍ଜନ ପଟ୍ଟନାୟକ ମଧ୍ୟ ଟିକେଟ ଆଶାରେ ରହିଛନ୍ତି । କିନ୍ତୁ ସେ କେଉଁ ଆସନରୁ ଲଢ଼ିବେ ତାକୁ ନେଇ ବିଭିନ୍ନ କଳ୍ପନା ଜଳ୍ପନା କରାଯାଉଥିବା ବେଳେ ଶୁଣିବାକୁ ମିଳୁଛି କି ସେ ପୁଣି ସେଇ ଖଣ୍ଡପଡାକୁ ଫେରିପାରନ୍ତି ।
ଥରେ କଂଗ୍ରେସ ଏବଂ ଆଉଥରେ ନିଜ ପାର୍ଟି ଆମ ଓଡିଶା ପକ୍ଷରୁ ଖଣ୍ଡପଡାରେ ନିର୍ବାଚନ ଲଢ଼ି ପରାସ୍ତ ହୋଇଥିଲେ ସୌମ୍ୟ । ୨୦୦୯ ନିର୍ବାଚନରେ ସେ ସିଦ୍ଧାର୍ଥ ଶେଖରଙ୍କ ଠାରୁ ନିର୍ବାଚନ ହାରିଥିବା ବେଳେ ୨୦୧୪ ନିର୍ବାଚନରେ ଅନୁଭବ ପଟ୍ଟନାୟକଙ୍କଠାରୁ ପରାସ୍ତ ଅଳ୍ପ ଭୋଟରେ ପରାସ୍ତ ହୋଇଥିଲେ । କିନ୍ତୁ ଏଥରକ ଯଦି ସେ ବିଜେଡି ଟିକେଟ ପାଇବେ ତେବେ ବିଜୟ ହୋଇପାରେ ବୋଲି ଚର୍ଚ୍ଚା ହେଉଛି । ଖଣ୍ଡପଡାରେ ବର୍ତ୍ତମାନ ବିଧାୟକ ଅନୁଭବଙ୍କୁ ବଳି ପକାଇ ସୌମ୍ୟ ଯଦି ଟିକେଟ ପାଇବେ ତେବେ ସେଠାରେ ଦଳୀୟ କନ୍ଦଳ ଉଗ୍ରରୂପ ନେଇପାରେ । ଏଣୁ ବିଜେଡି ସୁପ୍ରିମୋ ଆଗାମୀ ଦିନରେ କାହାକୁ ଟିକେଟ ଦେବେ ତାଉପରେ ସମସ୍ତଙ୍କ ନଜର ।