ଭୁବନେଶ୍ୱର(ଏଟିଆର ବ୍ୟୁରୋ): କେନ୍ଦ୍ର ଦୁଇ ଓଡିଶା କ୍ୟାଡର ଆଇଏଏସ୍ ଅଧିକାରୀଙ୍କୁ ନୂଆ ଦାୟିତ୍ୱ ମିଳିଛି । ଏହି ଓଡିଆ ଆଇଏଏସ୍ ଅଧିକାରୀ ହେଉଛନ୍ତି ବ୍ୟାଚର ବିଶାଲ ଗଗନ ଓ ୧୯୯୨ ବ୍ୟାଚର ଚନ୍ଦ୍ରଶେଖର କୁମାର । କେନ୍ଦ୍ର ଚନ୍ଦ୍ରଶେଖରଙ୍କୁ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ଅଧୀନ ଉଚ୍ଚଶିକ୍ଷା ବିଭାଗର କାର୍ଯ୍ୟ କରିବାକୁ ଦାୟୀତ୍ୱ ଦେଇଛନ୍ତି । ବର୍ତ୍ତମାନ ଚନ୍ଦ୍ରଶେଖର କ୍ୟାବିନେଟ ସେକ୍ରେଟାରିଏଟରେ ଯୁଗ୍ମ ସଚିବ ଭାବେ କାର୍ଯ୍ୟ କରୁଛନ୍ତି ।
ସେହିଭଳି ବିଶାଲ ଗଗନଙ୍କୁ କେନ୍ଦ୍ର ପରତିରକ୍ଷା ବିଭାଗର ଯୁଗ୍ମ ସଚିବ ଭାବେ କାର୍ଯ୍ୟ କରିବାକୁ କୁହାଯାଇଛି । ଗଗନଙ୍କୁ କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ନୂତନ ନିଯୁକ୍ତି ମିଳିଥିବାରୁ ସେ ୫ ବର୍ଷ ପାଇଁ ଡେପୁଟେଶନରେ ଯିବେ । ତେଣୁ ଗଗନ ଖୁବଶୀଘ୍ର ରାଜ୍ୟ ଦାୟିତ୍ୱରୁ ଅବ୍ୟାହତି ନେଇପାରନ୍ତି ବୋଲି ସୂଚନା ମିଳିଛି । ବର୍ତ୍ତମାନ ଗଗନ ଓଡିଶା ସାରକାରଙ୍କ ଜଳସମ୍ପଦ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ କାର୍ଯ୍ୟ କରୁଛନ୍ତି ।