ଯାଜପୁର(ଏଟିଆର ବ୍ୟୁରୋ): ଆମକୁ ସୁରକ୍ଷା ପ୍ରଦାନ କରୁଥିବା ପୋଲିସ ଅଫିସର ମାନଙ୍କୁ ବହୁ ବାର ଲୋକ ମାନେ ଆକ୍ରମଣ କରାଯାଇଥିବାର ଦେଖିବାକୁ ମିଳିଛି । ସେହିଭଲି ଗତକାଲି ଜଣେ ମହିଳା ଟ୍ରାଫିକଙ୍କ ଉପରେ ଦୁର୍ବୃତ୍ତ ମାନେ ଟେକା ମାଡ କରି ସେଠାରୁ ଫେରାର ହୋଇ ଯାଇଛନ୍ତି । ଏଭଲି ଏକ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ଚଣ୍ଡିଖୋଲ ଅଞ୍ଚଳରେ । ଆହାତ ହୋଇଥିବା ମହିଳା ଇନ୍ସପେକ୍ଟର ଜଣଙ୍କ ହେଲେ ବିଜୟନୀ ମଲ୍ଲା । ସୂଚନା ଅନୁସାରେ ଗତ କାଲି ରାତିରେ ଚଣ୍ଡିଖୋଲ ଛକ ନିକଟରେ ମାଂସମରା ଛକ ନିକଟରେ ଟ୍ରାଫିକ ଚେକିଂ ଚାଲୁଥିଲା ।
ସେଠାରେ ବିଜୟନୀ କାର୍ଯ୍ୟ କରୁଥିବା ସମୟରେ କେହି ଜଣେ ଦୁର୍ବୃତ୍ତ ତାଙ୍କ ଉପରକୁ ଏକ ଟେକା ମାଡ କରିଥିଲା । ଫଳରେ ବିଜୟନୀଙ୍କ ମୁଣ୍ଡରେ ଗଭିର କ୍ଷତ ସୃଷ୍ଟି ହୋଇଥିଲା । ଏହା ପରେ ତାଙ୍କୁ ବଡଚଣା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କ ମୁଣ୍ଡରେ ୬ଟି ଷ୍ଟିଜ ପକାଯାଇଛି । ବିଜୟନୀ ଚଣ୍ଡିଖୋଲ ଟ୍ରାଫିକ ଥାନାରେ କାମ କରନ୍ତି ।