ନୂଆପଡା ( ଏଟିଆର ବ୍ୟୁରୋ): ଏଣିକି ଝିଅଙ୍କୁ ଛୁଇଁଲେ ମାରିବ କରେ । ଏବେ ଏମିତି ଏକ ଡିଭାଇସ ନିର୍ମାଣ କରିଛନ୍ତି ଜଣେ ଓଡିଆ ପୁଅ । ଯାହା ଝିଅ ମାନଙ୍କୁ ଯୋଗାଇବ ୨୪ ଘଣ୍ଟିଆ ସୁରକ୍ଷା । ସୂଚନାଯୋଗ୍ୟ ଏହି ଇଲେକ୍ଟ୍ରୋନିକ ଯନ୍ତ୍ର ତିଆରି କରିଛନ୍ତି ନୂଆ ପଡା ଖଡିୟାଳ ଲୋକ ଦୃଷ୍ଟି କଲେଜ ଅଫ ଆଡ ଭାନସ ଟେକନୋଲୋଜିର ଯୁକ୍ତ ୩ ର ଛାତ୍ର ଲଛମନ ଡୁଣ୍ଡି । ଏହି ଯନ୍ତ୍ର ଟିକୁ ମହିଳାମାନେ ସେମାନଙ୍କ ଦେହରେ ଲଗାଇଲେ ଏହା ସେମାନଙ୍କୁ ସୁରକ୍ଷା ଯୋଗାଇଦେବ ।
ଏଥିରୁ ୨୨୦ ଭୋଲଟର କରେଣ୍ଟ ବାହାରିବ । ଏହାକୁ ଥରେ ଚାର୍ଜ କଲେ ଏହା ୬୦ ଘଣ୍ଟା କାର୍ଯ୍ୟ କରିବ । ମହିଳାମାନେ ଏହାକୁ ପିନ୍ଧିଲେ ଯଦି କୌଣସି ବ୍ୟକ୍ତି ତାଙ୍କୁ ଆକ୍ରମଣ କରିବାକୁ ଆସିବ ତେବେ ତାଙ୍କୁ କରେଣ୍ଟ ମାରିବ । ଯାହାଫଳରେ ଆକ୍ରମଣକାରୀକୁ ଜୋରରେ ଆଘାତ ଲାଗିବ । ମହିଳାମାନଙ୍କ ଉପରେ ହେଉଥିବା ହିଂସା ଓ ଅତ୍ୟାଚାରକୁ ଏହି ଯନ୍ତ୍ର ରୋକ ଲଗାଇବ ବୋଲି ଯୁକ୍ତି ବାଢ଼ିଛନ୍ତି ଲଛମନ ।