ଭୁବନେଶ୍ୱର(ଏଟିଆର ବ୍ୟୁରୋ):ଆୟ ବହିର୍ଭୁତ ସମ୍ପତ୍ତି ଠକେଇ ମାମଲାରେ ଗିରଫ ହୋଇଥ ôବା ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶ ପାଠକଙ୍କୁ ଜାମିନ ମିଳିଛି । ୨ ଲକ୍ଷ ଟଙ୍କା ଓ ୨ ଜାମିନଦାରଙ୍କ ବଦଳରେ ଦୁଇ ବାପ ପୁଅକୁ ହାଇକୋର୍ଟ ଜାମିନ ପ୍ରଦାନ କରିଛି ।
ଆଇଏଫଏସ ଅଭୟଙ୍କ ପୁଅ ଆକାଶର ବ୍ୟାଙ୍କ ଆକାଉଣ୍ଟରେ ପ୍ରାୟ ୯.୪କୋଟି ଟଙ୍କା ଜମା ଥିବା ଜଣାପଡ଼ିଥିଲା। ଏପରିକି ପୁଅ ଆକାଶର ନାଁରେ ମୂଲ୍ୟବାନ ଗାଡ଼ି ମର୍ସିଡିଜ୍, ବିଏମଡବ୍ଲ୍ୟୁ ଓ ଟାଟା ହାରିଅର ଓ ଅନ୍ୟ ୩ଟି ୟାମହା ଏଫଜେଡଏସ୍ ମୋଟର ସାଇକେଲ ରହିଛି।
ଅଭୟଙ୍କ ଘରୁ ଭଡାରେ ଆସିଥିବା ୨ଟି ମର୍ସିଡିଜ କାର ମଧ୍ୟ ଦେଖିବା ପାଇଁ ମିଳିଥିଲା । ଏବଂ କାର ଭଡା ବାବଦରେ ସେ ୨୫ ଲକ୍ଷ ଟଙ୍କା ଦେଇଥିବାରୁ ଭିଜିଲାନ୍ସ ତାଙ୍କୁ ଜବତ କରିଥିଲା । ସେହିପରି ଅଭୟଙ୍କ ସମ୍ପକଙ୍କ ଘରୁ ନଗଦ ୬୦ ଲକ୍ଷ ଟଙ୍କା ଜବତ ହୋଇଥିବା ବେଳେ ବହୁ ମୂଲ୍ୟବାନ ଘରୋଇ ଉପକରଣ ଓ ଇଲୋକେ୍ଟ୍ରାନିକ୍ସ ସାମଗ୍ରୀ ମିଳିଥିଲା।