ଭୁବନେଶ୍ୱର(ଏଟିଆର ବ୍ୟୁରୋ):କିଛି ଲୋକଙ୍କର ସକାଳ ଆରମ୍ଭ ହୋଇଥାଏ ଚା କପରୁ ।ଅଫିସ କାମ ହେଉ ବା ଅନ୍ୟ କୈାଣସି କାମରେ ଥକି ଯାଇଥିଲେ ଅଧିକାଂଶ ଲୋକଙ୍କ ପାଇଁ ଚା ଏନର୍ଜି ପରି କାମ ଦେଇଥାଏ । ତେବେ ଯଦି ଏହି ଚା ମାଟି କପରେ ଥାଏ ତେବେ ଚା ପିଇବାର ମଜା ହିଁ କିଛି ଅଲଗା ହୋଇଥାଏ ।
କିଛି ଲୋକ କାଚ , ମେଟାଲ ବା ଡିସ୍ପୋଜାଲ କପ ବଦଳରେ ମାଟି କପରେ ଚା ପିଇବା ବାଇଁ ପସନ୍ଦ କରିଥାନ୍ତି । ଏହି ମାଟି କପରେ ଚା ପିଇବା ଦ୍ୱାରା ଚାର ସ୍ୱାଦ ବଢିବା ସହ ଏହାର ଅନେକ ଫାଇଦା ମଧ୍ୟ ରହିଛି ।
୧-ପ୍ରଥମତଃ ମାଟି କପରେ ଚା ପଡିବା ମାତ୍ରେ ମାଟିର ସୁନ୍ଦର ବାସ୍ନା ବାହାରିଥାଏ । ଏହି ବାସ୍ନା ଆମକୁ ବେଶ ଆନନ୍ଦିତ କରିବା ସହ ମନ ପ୍ରଫୁଲ କରିଥାଏ । ମାଟି କପ ବଭିନ୍ନ ସଂକ୍ରମଣରୁ ମଧ୍ୟ ଦୂରେଇ ରଖିଥାଏ।
୨-ମାଟି କପରେ ଚା ପିଇବା ଦ୍ୱାରା ଏଥିରେ ଜୀବାଣୁ ବ୍ୟାପିବାର ବହୁ୍ତ କମ୍ ସମ୍ଭାବନା ରହିଥାଏ । ଏହା ସ୍ୱାସ୍ଥ୍ୟ ପାଇଁ ହିତକର ହୋଇଥାଏ । ମାଟି କପରେ ଚା ପିଇବା ଦ୍ୱାରା ଏହା ଆମ ଶରୀରରେ କିଛି ମାତ୍ରାରେ କ୍ୟାଲସିୟମ ପ୍ରଦାନ କରିଥାଏ ।
୩- ମାଟିରେ କ୍ୟାଲସିଅମ ଭରପୁର ମାତ୍ରାରେ ରହିଥାଏ। ତେଣୁ ଏଥିରେ ଚା’ ପିଇବା ଦ୍ୱାରା ଆମ ଶରୀରକୁ କିଛି ନା କିଛି ମାତ୍ରାରେ କ୍ୟାଲସିଅମ ମିଳିଥାଏ, ଯାହାଦ୍ୱାରା ଆମ ହାଡ ମଜଭୁତ ହୁଏ।
୪-ମାଟି କପରେ ଚା ପିଇଲେ ହଜମ ଶକ୍ତି ମଧ୍ୟ ବଢିଥାଏ । ଅନ୍ୟ କପ ତୁଳନାରେ ଏହା ଅଧିକ ହିତକର ହୋଇଥାଏ । ଡିସ୍ପୋଜାଲ କମରେ ଚା ପିଇବା ଦ୍ୱାରା ଏଥିରେ ଥିବା ଏସିଡ ଆମ ପେଟକୁ ଯାଇ ଅନ୍ତନଳୀରେ ଜମା ହୋଇଥାଏ ।ଯାହାଫଳରେ ଆମ ପେଟ ଖରାପ ହେବାର ସମ୍ଭାବନା ରହିଥାଏ ।
୫- କରୋନା କାଳରେ ସୁରକ୍ଷିତ ଓ ହାଇଜେନିକ ରହିବା ପାଇଁ ଏଥିରେ ଚା’ ପିଇବା ପାଇଁ ଅଧିକାଂଶ ପସନ୍ଦ କରନ୍ତି। ଏହାଦ୍ୱାରା ସଂକ୍ରମଣ ବ୍ୟାପିବା ଆଶଙ୍କା କମ ରହିଥାଏ।