ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): କରୋନା ମହାମାରୀକୁ ୧ବର୍ଷ ବିତିସାରିଲାଣି ।ଏହାରି ମଧ୍ୟରେ ରାଜ୍ୟ ଗୁଡିକ ସଂକ୍ରମଣକୁ ରୋକିବା ପାଇଁ ଏକାଧିକ ପଦକ୍ଷେପ ନେଇଛନ୍ତି ଏବଂ ଟିକା ମଧ୍ୟ ଉତ୍ପାଦନ ହୋଇଛି । ସ୍ଥିତିରେ ସୁଧାର ଆସୁଥିବା ବେଳେ ପୁଣି ଥରେ ମହାମାରୀ ମୁଣ୍ଡ ଟେକିଛି ।
ଏହାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟର ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ସହିତ ଜରୁରୀ କାଳୀନ ବୈଠକ ଡାକିଛନ୍ତି । ଆସନ୍ତା ବୁଧବାର ଦିନ ଏହି ବୈଠକ ହେବ ବୋଲି ଜଣାପଡିଛି । ଅବସ୍ଥା ବିଗିଡି ଥିବାରୁ କିଛି ରାଜ୍ୟରେ ଲକଡାଉନ,ସଟଡାଉନ ଓ ରାତ୍ରୀକାଳୀନ କର୍ଫ୍ୟୁ ମଧ୍ୟ କରାଯାଇଛି ।
ରାଜ୍ୟମାନଙ୍କରେ କରୋନା ଟିକାକରଣ,କରୋନାର ସ୍ଥିତି ଓ କଟକଣା ବିଷୟରେ ଆଲୋଚନା କରିବା ପାଇଁ ମୋଦୀ ବୈଠକ ଡାକିଛନ୍ତି । ଏହାସହ କରୋନା ସଂକ୍ରମଣକୁ ରୋକିବା ପାଇଁ ଆଗକୁ କେଉଁ ସବୁ ପଦକ୍ଷେପ ଦିଆଯିବ ସେ ବିଷୟରେ ମୋଦି ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ।
ସୋମବାର ଦେଇବ୍ୟାପୀ ୨୪ ହଜାର ୪୫୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ରବିବାର ଦିନ ସଂକ୍ରମିତଙ୍କ ସଂଖ୍ୟା ୨୬ ହଜାର ୩୭୬ ଥିଲା । ଟିକାକରଣ ଆରମ୍ଭ ହେବା ପୂର୍ବରୁ ମୋଦୀ ଶେଷ ଥର ପାଇଁ ଜାନୁଆରୀ ମାସରେ ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ ।