ଭୂବନେଶ୍ୱର(ଏଟିଆର ବ୍ୟୁରୋ):ଆଜିଠୁ ସମଗ୍ର ଦେଶରେ ଆରମ୍ଭ ହୋଇଛି ଟିକାର ଡ୍ରାଏ ରନ୍ ।ରାଜ୍ୟର ୧୧୦ ଟି ସ୍ଥାନରେ କୋଭିଡ ଟିକାର ଡ୍ରାଏ ରନ ଚାଲିଛି । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଡାକ୍ତର ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି ।
ରାଜ୍ୟରେ ୩ ପ୍ରକାର ସ୍ୱାସ୍ଥ୍ୟକେନ୍ଦ୍ରରେ ଡ୍ରାଏରନ ଚାଲିଛି । ଦେଶରେ ମୋଟ ୭୩୬ ଜିଲ୍ଲାରେ ଡ୍ରାଏ ରନ ଆରମ୍ଭ ହୋଇଛି । ପ୍ରତି ୨୫ ଜଣଙ୍କୁ ଡମି ଟିକା ଦିଆଯିବ । ଟିକା ନେବାର ୩୦ ମିନିଟ ଭିତରେ ଯଦି କାହାରି ମଧ୍ୟରେ ପାଶ୍ୱପ୍ରତିକ୍ରିୟା ଦେଖାଯାଏ ତେବେ ସେମାନଙ୍କୁ ଚିକିତ୍ସା କରିବା ପାଇଁ ନିରୀକ୍ଷଣ କକ୍ଷରେ ରଖାଯିବ ।
ରାଜଧାନୀର ଆଇଏମଏସ ଓ ସମ ହସ୍ପିଟାଲରେ ଏହି ଟିକା କରଣ କରିବା ପାଇଁ ଅନୁମତି ମିଳିଛି ।ଏହି ଡ୍ରାଏ ରନ ସକାଳ ୧୦ ରୁ ୧୨ ପର୍ଯ୍ୟନ୍ତ ଚାଲିବ ବୋଲି ସୂଚନା ମିଳିଛି । ପର୍ଯ୍ୟୟକ୍ରମେ ଏହି କରୋନା ଟିକା ସମସ୍ତଙ୍କୁ ଦିଆଯିବଓ ପ୍ରଥମ ପ୍ରର୍ଯ୍ୟୟ ପାଇଁ ୨୧ ଲକ୍ଷ ସିରିଞ୍ଜ ଯଥେଷ୍ଟ ବୋଲି ସୂଚନା ମିଳିଛି ।
ଟିକାକରଣ ପରେ ଭାକସିନ୍ କେନ୍ଦ୍ରରେ ଥିବା ପ୍ରତୀକ୍ଷାଳୟରେ ଅଧଘଣ୍ଟା ଅବଜରଭେସନରେ ରହିବେ । ସେଠାରେ ସ୍ବତନ୍ତ୍ର ୠୠଓ କିଟ୍ ରହିବ ।