ଭୁବନେଶ୍ୱର( ଏଟିଆର ବ୍ୟୁରୋ):ସମସ୍ତ ବ୍ୟାଙ୍କ ଗ୍ରାହକଙ୍କ ପାଇଁ ବଡ ଖୁସି ଖବର । ଆଜିଠାରୁ ରାଜ୍ୟର ସମସ୍ତ ସରକାରୀ ବ୍ୟାଙ୍କ ଖୋଲିବା ସମୟ ବଦଳିଛି । ଏଣିକିୂ ସକାଳ ୧୦ ଟାରୁ ଅପରାହ୍ନ ୪ ଟା ପର୍ଯ୍ୟନ୍ତ ବ୍ୟାଙ୍କ ଖୋଲା ରହିବ । ଏନେଇ ଷ୍ଟେଟ ଲେବଲ ବ୍ୟାଙ୍କର୍ସ କମିଟିରେ ନିଷ୍ପତ୍ତି ହୋଇଛି । ସରକାରୀ ବ୍ୟାଙ୍କ ସମେତ ବେସରକାରୀ ବ୍ୟାଙ୍କ ଗୁଡିକ ମଧ୍ୟ ଏହି ସମୟରେ ବ୍ୟାଙ୍କ ଖୋଲିବାକୁ କମିଟି ପକ୍ଷରୁ ଅନୁରୋଧ କରାଯାଇଛି ।
ଏନେଇ ଗତକାଲି ୟୁକୋ ବ୍ୟାଙ୍କର ଚେୟାର ମ୍ୟାନ ଅତୁଲ କୁମାର ଗୋୟଲ ସୂଚନା ଦେଇଥିଲେ । ସୂଚନାଯୋଗ୍ୟ ଚଳିତ ବର୍ଷ ଜୁନମାସରେ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ଦ୍ୱାରା ଅନୁଷ୍ଠିତ ହୋଇଥିବା ବୈଠକରେ ବ୍ୟାଙ୍କିଂ ଡ଼ିଭିଜନ କରିବା ପରିପ୍ରେକ୍ଷୀରେ ଏହି ଆଲୋଚନା ହୋଇଥିଲା । ଗ୍ରାହକଙ୍କ ସୁବିଧାକୁ ନଜରରେ ରଖି ଏଭଳି ଏକ ନିଷ୍ପତ୍ତି ନିଆଯାଇଥିବା ଶ୍ରୀ ଗୋୟଲ କହିଛନ୍ତି । ସେହିଭଳି ଉପକୂଳ ଓଡିଶାର ଜଗତସିଂହପୁର, କଟକ, ଖୋର୍ଦ୍ଧା ସମେତ ଅନୁଗୁଳ ଓ ବଲାଙ୍ଗୀରରେ ବ୍ୟାଙ୍କ ସେବାକୁ ଶତପ୍ରତିଶତ ଜିଟିଟାଇଲଜେସନ କରିବାକୁ ନିଷ୍ପତ୍ତି ହୋଇଛି ।