ଭୂବନେଶ୍ୱର(ଏଟିଆର ବ୍ୟୁରୋ):କୋଭିଡ ଟିକା ନେଇ ଭାରତରେ ପ୍ରସ୍ତୁତି ସରିଥିବା ବେଳେ ଆସନ୍ତା ୧୬ ତାରିଖରେ ସାରା ଦେଶରେ ହେବ କୋଭିଡ ଟିକାକରଣ । ପୂର୍ବରୁ ୨ ଟି ଟକାର ଡ୍ରାଏରନ ଶେଷ ହୋଇସାରିଛି । ରାଜ୍ୟରେ୧୬୦ ସେସନସାଇଟରେ ହେବ ଟିକାକରଣ ।
ଟିକାକରଣ ଆରମ୍ଭ ଦିନ ପ୍ରତ୍ୟେକ ସ୍ଥାନରେ ୧୦୦ ଜଣ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ପ୍ରଦାନ କରାଯିବ । କେବେ ହେବ ଏହି ଟିକାକରଣ ଏନେଇ କୈାଣସି ତଥ୍ୟ ମିଳିନାହିଁ । ସରକାରୀ ହସ୍ପିଟାଲ, ସିଏଚଏସି, ପିଏଚସି, ଓ ପ୍ରାଇଭେଟ ହସ୍ପିଟାଲକୁ ମିଶାଇ ମୋଟ ୧୬୦ ଟି ସ୍ଥାନରେ ହେବ ଟିକାକରଣ ।
କମ୍ପାନୀ ପକ୍ଷରୁ ସିଧାସଳଖ ରାଜ୍ୟ ଭ୍ୟାକ୍ସିନ ଷ୍ଟୋରକୁ ଟିକା ଆସିବ ବୋଲି କୁହାଯାଇଛି । ଜାନୁଆରୀ ପ୍ରଥମ ସପ୍ତାହରେ କୋଭାକ୍ସିନ ଓ କୋଭାସିଲ୍ଡର ଟିକାର ବ୍ୟବହାର ପାଇଁ ଅନୁମତି ମିଳିଥିବା ବେଳେ ଆସନ୍ତା କାଲି ମୁଖ୍ୟମନ୍ତ୍ରୀଙ୍କ ସହପ୍ରଧାନମନ୍ତ୍ରୀ ଆଲୋଚନା କରି କୋ÷ଣସି ଏକ ସମାଧାନର ବାଟ ବାହାରିବ ବୋଲି ଆଶାବ୍ୟକ୍ତ କରିଛନ୍ତି ।