ଉମରକୋଟ (ଏଟିଆର ବ୍ୟୁରୋ): ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାଗସ୍ତ ଘଟିଛି । ଆମ୍ବୁଲାନ୍ସରେ ଥିବା ପ୍ରସୂତିଙ୍କ ସମେତ ୩ ଜଣ ଆହତ ହୋଇଛନ୍ତି । ଘଟଣାଟି ନବରଙ୍ଗପୁର ଜିଲ୍ଲା କଲେଗାଁ ଗୌଡଗୁଡା ନିକଟରେ ଘଟିଛି ।
ଗତକାଲି ବିଳମ୍ବିତ ରାତିରେ ଝରିଗାଁ ବ୍ଲକ୍ ମୁଣ୍ଡାଗୁଡା ଗାଁର ଆସନ୍ନପ୍ରସବା ଲକ୍ଷ୍ମୀ ଜାନିଙ୍କର ଗର୍ଭ ଯନ୍ତ୍ରଣା ହେବାରୁ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନା ନେବା ବେଳେ ଆମ୍ବୁଲାନ୍ସଟି ଭାରସାମ୍ୟ ହରାଇ ଦୁର୍ଘଟଣା ଘଟିଛି । ଏଥିରେ ଥିବା ପ୍ରସୂତିଙ୍କ ସମେତ ତିନି ଜଣ ଆହତ ହୋଇଛନ୍ତି । ଆହତଙ୍କୁ ଚିକିତ୍ସା କରିବା ଲାଗି ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।