ବାରିପଦା (ଏଟିଆର ବ୍ୟୁରୋ); ଦୁର୍ଘଟଣାଗସ୍ତ ହୋଇଛି ୧୦୮ ଆମ୍ବୁଲାନ୍ସ । ଭାରସାମ୍ୟ ହରାଇ ରାସ୍ତା କଡକୁ ଖସି ପଡିଲା । ଅଳ୍ପକେ ବର୍ତ୍ତିଲା ଜୀବନ । ଏହି ଦୁର୍ଘଟଣାରେ କାହାର କିଛି କ୍ଷତି ହୋଇ ନଥିବା ସୂଚନା ମିଳିଛି । ତେବେ ଏଭଳି ଏକ ଦୁର୍ଘଟଣା ଘଟିଛି ବାରିପଦା-ଉଦଳା କରତ୍ରିଆ ଛକରେ । ମିଳିଥିବା ସୂଚନା ମୁତାବକ ଶୁକ୍ରବାର ଭୋର ୪ଟା ବେଳେ ଆମ୍ବୁଲାନ୍ସଟି ବଡସାହିର ଜଣେ ରୋଗୀକୁ ବାରିପଦା ମେଡିକାଲରେ ଛାଡି ଫେରୁଥିବା ବେଳେ ଏହି ଦୁର୍ଘଟଣା ହୋଇଛି । ଘନ କୁହୁଡି ହୋଇଥିବାରୁ ଭାରସାମ୍ୟ ହରାଇ ଆମ୍ବୁଲାନ୍ସଟି ରାସ୍ତା କଡକୁ ଖସି ଯାଇଥିଲା ।
ଗାଡିଟି ବିପଜଜନକ ଅବସ୍ଥାରେ ଥିଲେ ମଧ୍ୟ ଡ୍ରାଇଭରଙ୍କ କୈାଣସି କ୍ଷତି ହୋଇନାହିଁ । ଗତ ୧୪ ତାରିଖରେ ମଧ୍ୟ ଏହି ରାସ୍ତାରେ ଅନ୍ୟ ଏକ ଆମ୍ବୁଲାନ୍ସ ଦୁର୍ଘଟଣାର ଶିକାର ହୋଇଥିବା ଦେଖିବାକୁ ମିଳିଥିଲା । ତେବେ ଏଥିରେ ଆମ୍ବୁଲାନ୍ସ ଫାର୍ମାଷିଷ୍ଟ ଆହତ ହୋଇଥିଲେ । ଏଣୁ ଏଠାରେ ପ୍ରଶ୍ନ ଉଠିଛି ବାରମ୍ବାର ଆମ୍ବୁଲାନ୍ସ କାହିଁକି ଦୁର୍ଘଟଣାଗ୍ରସ୍ତ ହେଉଛି । ବାରିପଦାରୁ ଉଦଳା ଯାଉଥିବା ରାସ୍ତାର ଦୋଷ ନାଁ ଆମ୍ବୁଲାନ୍ସ ଚଳାଉଥିବା ଡ୍ରାଇଭରଙ୍କ ଅସାବଧାନତା ପାଇଁ ଏପରି ଦୁର୍ଘଟଣା ହେଉଛି ।