ଭୁବନେଶ୍ୱର (ଏଟିଆର ବ୍ୟୁରୋ): ସମଗ୍ର ରାଜ୍ୟରେ ପ୍ରବଳ ଶୀତର ଲହରୀ ଜାରି ରହିଛି । ଆଗାମୀ ୨୪ଘଣ୍ଟା ଯାଏଁ ସମଗ୍ର ଓଡିଶାରେ ପାରଦ ଖସିବା ସହ ଅସହ୍ୟ ଜାଡ ଅନୁଭୂତ ହେବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଶୀତର ପ୍ରକୋପ ରାଜ୍ୟର ଅନୁଗୁଳ, ଦେବଗଡ, ସୋନପୁର, ବୌଦ୍ଧ, ଓ ବଲାଙ୍ଗୀରରେ ଅଧିକ ରହିବାର ସମ୍ଭାବନା ରହିଛି । ତେବେ ଆଜି ରାଜ୍ୟର ୧୧ଟି ସହରରେ ପାରଦ ୧୦ଡିଗ୍ରୀ ତଳେ ଥିବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ସୋନପୁର ଓ ଫୁଲବାଣୀରେ ୬ଡିଗ୍ରୀ ତାପମାତ୍ରା ରହି ସବୁଠାରୁ ଥଣ୍ଡା ସହର ଭାବରେ ପରିଣତ ହୋଇଛି ।
ଅନ୍ୟପଟେ ପୁରୀରେ ୬.୬ ଡିଗ୍ରୀ, ଟିଟିଲାଗଡରେ ୭.୧ଡିଗ୍ରୀ, ଦାରିଙ୍ଗବାଡିରେ ୭.୫ଡିଗ୍ରୀ, ଭବାନୀପାଟଥାରେ ୮.୫ଡିଗ୍ରୀ, କୋରାପୁଟରେ ୯ଡିଗ୍ରୀ, କେନ୍ଦୁଝରରେ ୯.୧ଡିଗ୍ରୀ, ଝାରସୁଗୁଡାରେ ୯.୪ ଡିଗ୍ରୀ, ସମ୍ବଲପୁରରେ ୯.୬ ଓ ତାଲଚେରରେ ୯.୭ଡିଗ୍ରୀ ତାପମାତ୍ରା ରିକେଡ କରାଯାଇଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ତେବେ ଅନୁଗୁଳ, ବୌଦ୍ଧ, ବଲାଙ୍ଗୀର, କନ୍ଧମାଳ, ଓ ନୟାଗଡକୁ କୋଲ୍ଡ ୱେଭ ୱାର୍ଣ୍ଣିଂ ଜାରି କରାଯିବା ନେଇ ପାଣିପାଗ କେନ୍ଦ୍ର ଡ୍ୟୁଟି ଅଫିସର ମଦନମୋହନ ଦାସ ସୂଚନା ଦେଇଛନ୍ତି । ଅସହ୍ୟ ଜାଡରୁ ଯୋଗୁ ରାଜ୍ୟବାସୀ କଲବଲ ହେଉଛନ୍ତି ।