ଭଦ୍ରକ ( ଏଟିଆର ବ୍ୟୁରୋ): ଆଜି ତୃତୀୟ ପର୍ଯ୍ୟାୟ ମତଦାନ ଚାଲୁଥିବା ବେଳେ ଚତୁର୍ଥ ପର୍ଯ୍ୟାୟ ପାଇଁ ପ୍ରଚାର ମଧ୍ୟ ଜୋରଦାର ଚାଲିଛି । ଆଜି କେନ୍ଦ୍ରାପଡାରେ ବିଜେପି ବିଜୟ ସଂକଳ୍ପ ସମାବେଶରେ ମୋଦି ଯୋଗ ଦେଇ ଓଡିଶାରେ ଡବଲ ଇଞ୍ଜିନର ଆବଶ୍ୟକତା ଅଛି ବୋଲି କହି ବିଜେଡିକୁ ଟାର୍ଗେଟ କରିଥିବା ବେଳେ ଭଦ୍ରକରୁ ନବୀନ ମୋଦିଙ୍କୁ କଲେ କାଉଣ୍ଟର ଆଟାକ ।
ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ଗସ୍ତରେ ଯାଇ ନବୀନ ଏକ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେଇ ନବୀନ କହିଛନ୍ତି ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ ଓ ପଞ୍ଜାବରେ ଡବଲ ଇଞ୍ଜିନ ଥିଲା କିନ୍ତୁ ଫଳ କାଇଁ ଓଲଟା ହେଲା ବୋଲି ନବୀନ ପ୍ରଶ୍ନ କରିଛନ୍ତି । ନବୀନ ଆହୁରି ମଧ୍ୟ କହିଛନ୍ତି ବିମୁଦ୍ରା କରଣ ପରେ ଗରିବ ଅଧିକ ଗରିବ ହୋଇଛି । ନବୀନ କହିଛନ୍ତି ନିର୍ବାଚନ ବେଳେ କେନ୍ଦ୍ରରୁ ନେତା ମାନେ ନିର୍ବାଚନ ବେଳେ ବାରମ୍ବାର ଓଡିଶା ଗସ୍ତରେ ଆସୁଛନ୍ତି । ୨୦୧୪ରେ ନିର୍ବାଚନରେ ବିଜେପି ବହୁ ମତରେ ସରକାର ଗଠନ କରିଥିଲା କିନ୍ତୁ କଣ ହେଲା । ୫ ବର୍ଷରେ ବିଜେପି ଲୋକଙ୍କ ଆସ୍ଥା ହରାଇଛି ବୋଲି ନବୀନ ନିଜ ଅବିଭାଷଣରେ କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି ।