ବାଲେଶ୍ୱର(ଏଟିଆର ବ୍ୟୁରୋ): କରୋନାର ତୃତୀୟ ଲହରରେ ଅଧିକ ମାତ୍ରାରେ ଶିଶୁ ସଂକ୍ରମିତ ହେବେ ବୋଲି କୁହାଯାଉଥିବାବେଳେ ଏବେଠାରୁ ରାଜ୍ୟରେ ଦୈନିକ ଶିଶୁ ସଂକ୍ରମଣ ହାର ୧୦୦ ଟପିଲାଣି । ଏହାରି ମଧ୍ୟରେ କରୋନାରେ ବାଲାଙ୍ଗୀର ଜିଲ୍ଲାର ୩ମାସ ଶିଶୁ କନ୍ୟାର ମୃତ୍ୟୁ ହୋଇଥିବାର ଜଣାପଡିଛି । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ଅନ୍ୟପଟେ ବାଲେଶ୍ୱର ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟରେ ୧୨ ଜଣ ପିଲା କରୋନାରେ ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୪ ଜଣ ଏସଏନସିୟୁରେ ଚିକିତ୍ସିତ ହେଉଥିବାବେଳେ ଅଦ୍ୟ ୨ ଜଣ ପିଲାଙ୍କୁ ଅଭିଭିବାକ ତାଙ୍କ ଇଚ୍ଛାରେ କଟକ ଫେରାଇ ନେଇଛନ୍ତି । ଆଉ ୮ ଜଣ ପଜିଟିଭ ଥିବା ପିଲାଙ୍କ ବୟସ ମାସକରୂ ଉର୍ଦ୍ଧ ରହିଛି ।
ପିଲାଙ୍କ ଚିକିତ୍ସା ପାଇଁ ୪୦ ବେଡ ବିଶିଷ୍ଟ ଏକ କୋଭିଡ ପେଡିଆଟ୍ରିକ ୱାର୍ଡ କରାଯାଇଛି ।ଏଠାରେ ଆଇସିୟୁ , ଜେନେରାଲ ୱାର୍ଡ ପ୍ରମୁଖ ରହିଛି । ଯଦି ଅଧିକ ମାତ୍ରାରେ ପିଲା ସଂକ୍ରମଣ ହେଲେ ତେବେ ୧୦୦ ବେଡ ବିଶିଷ୍ଟ ଥିବା ଡିସିଏଚରୁ ପେଡିଆଟ୍ରିକ ପାଇଁ କିଛି ବେଡ୍ ରଖିବୁ ।