ଭୁବନେଶ୍ୱର (ଏଟିଆର ବ୍ୟୁରୋ): ପୁଣି ଫେରିଲା ଲକ୍ ଡାଉନ୍ । କରୋନା ଚେନ୍ କୁ ଭାଙ୍ଗିବା ପାଇଁ ରାଜ୍ୟରେ ହଟସ୍ପଟ ପାଲଟିଥିବା ୪ ଟି ଜିଲ୍ଲା ସମେତ ଏକ ମହାନଗର ନିଗମକୁ ୧୪ ଦିନିଆ ଲକ୍ ଡାଉନ୍ ଘୋଷଣା କରାଯାଇଛି । ଏଥିରେ ଖୋର୍ଦ୍ଧା, କଟକ, ଗଞ୍ଜାମ , ଯାଜପୁର ଏବଂ ରାଉଲକେଲା ସାମିଲ ଅଛି । ଆଜି ରାତି ୯ଟାରୁ ୩୧ ତାରିଖ ମଧ୍ୟ ରାତ୍ରି ପର୍ଯ୍ୟନ୍ତ ଲକ୍ ଡାଉନ୍ ବଳବତ୍ତର ରହିବ । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି ।
ଲକ୍ ଡାଉନ୍ ସମୟରେ କେବଳ ଅତ୍ୟାବଶ୍ୟକ ସେବା ଜାରି ରହିବ । ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ, ଅଫିସ ବନ୍ଦ ରହିବ । ପରିବା, ଗ୍ରୋସରୀ, କ୍ଷୀର ଦୋକାନ ଆଦି ସକାଳ ୬ ଟାରୁ ଦିନ ୧ ଟା ଯାଏଁ ଖୋଲା ରହିବ । ବିନା କାରଣରେ ଲୋକଙ୍କୁ ଭୁବନେଶ୍ୱର-କଟକ ମନା । ଖୋଲା ଯାଗାରେ ପରିବା ଦୋକାନୀ ପରିବା ବିକିବେ । ରାଜପଥରେ ଯାନବାହନ ଓ ଦ୍ରବ୍ୟ ପରିବନ ଜାରି ରହିବ । ଗଣମାଧ୍ୟମକୁ ପାସ୍ ମିଳିଲେ ଚଳାଚଳ କରିବେ । ଲୋକେ କେବଳ ଏୟାରପୋର୍ଟରୁ ଘରକୁ ଏବଂ ଘରୁ ଏୟାରପୋର୍ଟ ପାଇଁ ଓଲା , ଉବେର ବ୍ୟବହାର କରିପାରିବେ । ଜାତୀୟ ରାଜପଥରେ ଢାବା ଖୋଲା ରହିବ । ସେଠୁ ଖାଦ୍ୟ ନେଇ ପାରିବେ ବସିକି ଖାଇ ପାରିବେ ନାହିଁ । କୃଷି କାର୍ଯ୍ୟ ଜାରି ରହିବ । ମାଛ, ମାଂସ ଅଣ୍ଡା ଆଦି ହୋମ ଡେଲିଭରି କରାଯାଇ ପାରିବ । ୧୪ ଦିନ ପାଇଁ ଲୋକଙ୍କୁ ଏହି ଲକ୍ ଡାଉନ୍ କଟକଣା ମାନ ମାନିବାକୁ ସରକାରଙ୍କ ପକ୍ଷରୁ ଅନୁରୋଧ କରାଯାଇଛି । ଯଦି କୌଣସି ବ୍ୟକ୍ତି ଏହି ନିୟମ ନମାନନ୍ତି ତେବେ ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।