ବ୍ରହ୍ମପୁର ( ଏଟିଆର ବ୍ୟୁରୋ); ଆକ୍ସନ ମୁଡକୁ ଆସିଲା ବ୍ରହ୍ମପୁର ପୋଲିସ । ଅଚାନକ ଜୁଆ ଆଡ୍ଡା ଉପରେ ଚଢାଉ କରି ୧୫ ଜଣ ଯୁଆଡିଙ୍କୁ ଗିରଫ କଲା ପୋଲିସ । ସୂଚନା ଅନୁସାରେ ଆଗକୁ ଆସୁଛି କୁମାର ପୂର୍ଣ୍ଣମା । ଏହିି ଅବସରରେ ସହରରରେ ଥିବା ବିଭିନ୍ନ ଜୁଆ ଆଡା ଓ ଜୁଆଡି ସକ୍ରିୟ ହୋଇଛନ୍ତି ।
ବ୍ରହ୍ମପୁରରେ ବିଭିନ୍ନ ଅଞ୍ଚଳରେ ଯୁଆ ଖେଳ ହେଉଥିବା ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଆକ୍ସନ ମୁଡକୁ ଆସିଥିଲା ବ୍ରହ୍ମପୁର ପୋଲିସ । କୁମାର ପୂର୍ଣ୍ଣମା ଆଗରୁ ଜୁଆ ଆଡା ସବୁକୁ ବନ୍ଦ କରିବାପାଇଁ ଗତକାଲି ବିଳମ୍ବିତ ରାତିରେ ବ୍ରହ୍ମପୁର ପୋଲିସ ପକ୍ଷରୁ ବ୍ରହ୍ମପୁରରେ ଥିବା କେତେକ ଜୁଆ ଆଡ୍ଡା ଉପରେ ପୋଲିସ ଅଚାନକ ଚଢାଉ କରିଥିଲା । ପୋଲିସ ଚଢାଉ ବେଳେ ପୋଲିସ ୧୫ ଜଣ ଜୁଆଡିଙ୍କ ସମେତ ୭ ଲକ୍ଷ ୬୮ ହଜାର ନଗଦ ଟଙ୍କା ଜବତ କରିଛି ।