ଭୁବନେଶ୍ୱର(ଏଟିଆର ବ୍ୟୁରୋ): ସରକାରୀ ସ୍କୁଲରେ ପାଠପଢୁଥିବା ଛାତ୍ରଛାତ୍ରୀଙ୍କୁ ରାଜ୍ୟ ସରକାର ବଡ ଭେଟି ଦେଇଛନ୍ତି । ଏଣିକି ମେଡିକାଲ ଓ ଇଞ୍ଜିନିୟରିଂ କଲେଜରେ ମିଳିବ ୧୫% ସଂରକ୍ଷଣ । ବିଧାନସଭାରରେ ଏନେଇ ସଂକଳ୍ପ ଆଣିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପିଲାଙ୍କ ନାମଲେଖା ସମୟରେ ଏହି ସଂରକ୍ଷଣ ବ୍ୟବସ୍ଥା ପାଇପାରିବେ ସରକାରୀ ସ୍କୁଲର ଛାତ୍ରଛାତ୍ରୀ ।
ସେହିପରି ଇଞ୍ଜନିୟରିଂ ଓ ମେଡିକାଲ କଲେଜରେ ପଡିବା ପାଇଁ ଚାହୁଥିବା ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ଏହା ଯଥେଷ୍ଟ ସହାୟକ ହେବ । ସରକାରଙ୍କ ଏଭଳି ନିଷ୍ପତ୍ତି ଗ୍ରାମାଞ୍ଚଳର ଛାତ୍ରଛାତ୍ରୀଙ୍କ ପାଇଁ ବେଶ ଲାଭଦାୟକ ହେବ । ସରକାରଙ୍କ ଏଭଳି ନିଷ୍ପତ୍ତି ସରକାରୀ ସ୍କୁଲରେ ପାଠପଢୁଥିବା ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମନରେ ବେଶ ଆଗ୍ରହ ସୃଷ୍ଟି କରିବ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ କହିଛନ୍ତି । ଅନ୍ୟପଟେ ମୁଖ୍ୟମନ୍ତ୍ରୀଙ୍କ ଏଭଳି ନିଷ୍ପତ୍ତିକୁ ଦଳ ପକ୍ଷରୁ ସମର୍ଥନ କରିଛନ୍ତି ।