କଟକ (ଏଟିଆର ବ୍ୟୁରୋ): ଓଡିଶାରେ ୧୫ ଟି ଫାଷ୍ଟ ଟ୍ରାକ କୋର୍ଟ ଉଦଘାଟିତ ହୋଇଯାଇଛି । ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଏସ ମୁରଲୀଧର ଭର୍ଚୁାଆଲ ଜରିଆରେ ଏହାକୁ ଉଦଘାଟିତ କରିଛନ୍ତି । ଏହି କୋର୍ଟ ଦୁଷ୍କର୍ମ ଓ ପକ୍ସୋ ମାମଲାର ଶୁଣାଣି ପାଇଁ ଉଦ୍ଧିଷ୍ଟ । ଖୋର୍ଦ୍ଧା, କଟକ, ବାଲେଶ୍ୱର, ଭଦ୍ରକ, ଢେଙ୍କାନାଳ, ଗଞ୍ଜାମ, ଜଗତସିଂହପୁର. ଯାଜପୁର, ବଲାଙ୍ଗୀର, କଳାହାଣ୍ଡି, କେନ୍ଦ୍ରାପଡା, କୋରାପୁଟ, କନ୍ଧମାଳ, ସମ୍ବଲପୁର ଏବଂ ରାୟଗଡାରେ ଏହି ଫାଷ୍ଟ ଟ୍ରାକ ପକ୍ସୋ କାର୍ଯ୍ୟକ୍ଷମ ହୋଇଛି ।
ଅନ୍ୟପଟେ ଗଞ୍ଜାମ ଜିଲ୍ଲା ପୋଲସରା ଏବଂ ଜଗତସିଂହପୁର ଜିଲ୍ଲା ଏରସମାରେ ଦୁଇଟି ସିଭିଲ ଜଜ ଜୁନିୟର ଡିଭିଜନ କୋର୍ଟ ଉଦଘାଟିତ ହୋଇଯାଇଛି ।