ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଗୋଟେପଟେ ପିଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ଲୋକଙ୍କ ଚିନ୍ତା ବଢାଇଥିବା ବେଳେ ଆଜି ପୁଣି ଲୋକଙ୍କ ହାଣ୍ଡିଶାଳେ ହୋଇଛି ମହଙ୍ଗା ମାଡ । ବୃଦ୍ଧି ହୋଇଛି ଏଲପିଜି ଦାମ । ବିନା ସବସିଡଯୁକ୍ତ ସିଲ୍ିଣ୍ଡର ପିଛା ଦର ୨୫ ଟଙ୍କା ବୃଦ୍ଧି ହୋଇଛି । ଏହାପରେ ଦିଲ୍ଲୀରେ ପ୍ରତି ଏଲପିଜି ସିଲିଣ୍ଡରର ଦାମ ୮୩୪ ଟଙ୍କାରେ ପହଁଚିଛି । ପୂର୍ବରୁ ସିଲିଣ୍ଡରର ଦାମ୍ ୮୦୯ ଟଙ୍କା ଥିଲା । ଦୀର୍ଘ ଦୁଇମାସ ଯାଏଁ ଦର ସ୍ଥିର ରହିବା ପରେ ପୁଣି ଚଳିତ ମାସରେ ଦର ବୃଦ୍ଧି ହୋଇଛି ।
ଅନ୍ୟପଟେ ଦର ବୃଦ୍ଧି ହେବା ପରେ କୋଲକାତାରେ ପ୍ରତି ଏଲପିଜି ସିଲିଣ୍ଡରର ଦାମ୍ ୮୬୧ ଟଙ୍କା ହୋଇଥିବା ବେଳେ ମୁମ୍ବାଇରେ ଏହାର ଦାମ ବୃଦ୍ଧି ହୋଇ ୮୩୪ ରୁ ୮୫୦ ଟଙ୍କାରେ ବିକ୍ରି ହେଉଛି ।