ରାଉରକେଲା(ଏଟିଆର ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ ଅପରାଧ ବଢିବାରେ ଲାଗିଛି । ଏହାକୁ ରୋକିବା ପାଇଁ ପୋଲିସ ପ୍ରଶାସନ ବହୁ ପ୍ରୟାସ ମଧ୍ୟ କରାଯାଉଛି । ପୋଲିସ ଦ୍ୱାରା ବିଭିନ୍ନ ଜାଗାରେ ଚେକିଙ୍ଗ କରାଯିବା ସହ ଟ୍ରାଫିକ ନିୟମକୁ କଡା କଡି କରାଯାଉଛି । ହେଲେ ଏତେ ପୋଲିସ ଥାଇକିବି ଅପରାଧି ମାନେ ଗୋଟିଏ ପରେ ଗୋଟିଏ ଅପରାଧ ଘଟାଇବାରେ ସକ୍ଷମ ହେଉଛନ୍ତି କିପରି ତାହା ଏବେ ପ୍ରଶ୍ନ ସୃଷ୍ଟି କରିଛି ।
ଆଉ କେଉଁ ଉପାନ୍ତ ଅଞ୍ଚଳ ନୁହେଁ ଖେଦ ୨ୟ ସ୍ମାର୍ଟ ସିଟି କୁହାଯାଉଥିବା ରାଉରକେଲାରେ ଲୁଟ ଘଟୁଛି । ସୂଚନା ଅନୁସାରେ ଗତକାଲି ସନ୍ଧ୍ୟାରେ ଜଣେ ଶ୍ରମିକ ଠିକାଦାରଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟି ନେଇଛନ୍ତି ଲୁଟେରା ମାନେ । ଶ୍ରମିକ ଠିକାଦାର ମୁନା ମିଶ୍ରା ଶ୍ରମିକ ମାନଙ୍କୁ ଦେବା ପାଇଁ ରାଜଗାଙ୍ଗପୁର ଜାମପାଲି ବାଇପାସରେ ଥିବା ଏମଆର ଫେରୋ କମ୍ପାନୀକୁ ଯାଇଥିଲେ ।
ତେବେ ମୁନା ତାଙ୍କ କାର ଗେଟ ନିକଟରେ ରଖି କମ୍ପାନୀ ଭିତରକୁ ଯିବା ପାଇଁ ଚୋଷ୍ଟା କରୁଥିବା ବେଳେ ୩ଜଣ ଦୁର୍ବୃତ୍ତ ବାଇକରେ ଆସି ବନ୍ଧୁକ ଓ ଭୁଜାଲି ଦେଖାଇ ତାଙ୍କ ଠାରୁ ୧୫ହଜାର ଟଙ୍କା ଲୁଟି ନେଇଥିଲେ । ଏହି ଲୁଟର ଦୃଶ୍ୟ ସିସିଟିଭିରେ କଏଦ ହୋଇଯାଇଥିଲା । ଲୁଟେରା ମାନେ ମୁହଁରେ ମୁଖା ପିନ୍ଧି ଥିବାରୁ ସେମାନଙ୍କ ମୁହଁ ଦେଖାଯାଉ ନାହିଁ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ସିସିଟିଭି ଫୁଟେଜ ଆଧାର କରି ତଦନ୍ତ ଆରମ୍ଭ କରିବା ସହ ଦୁର୍ବୃତ୍ତ ମାନଙ୍କୁ ଧରିବା ପାଇଁ ବିଭିନ୍ନ ଜାଗାରେ ଚଢାଉ କରୁଛି ।