ବାଲେଶ୍ୱର (ଏଟିଆର ବ୍ୟୁରୋ): ବାପାଟିଏ ସବୁ ବେଳେ ସ୍ୱପ୍ନ ଦେଖେ କି ତା ପୁଅ ପାଠ ପଢିବ ଆଗକୁ ବଢିବ ଓ ସମାଜରେ ନା କରିବ ସେଥିପାଇଁ ସେ ପୁଅ ପଛରେ ଲାଗିଥାଏ । ତାକୁ ପାଠ ପଢିବା ପାଇଁ ସବୁ ବେଳେ ପରାମର୍ଶ ଦେଇଥାଏ ।ହେଲେ ଭଦ୍ରକର ବାସୁଦେବପୁର ଭାଲୁପଡା ଗ୍ରାମର ନିରଞ୍ଜନ ରାଉତଙ୍କ ପୁଅ ୫ଦିନ ହେବ କେଉଁଆଡେ ଚାଲି ଯାଇଛନ୍ତି ତାଙ୍କର ପତ୍ତା ମିଳୁନାହିଁ ।
ବାପା ମାଙ୍କ କହିବା ମୁତାବକ, ବାପା ପାଠ ପଢିବାକୁ ତାଗିଦ କରିବାରୁ ୧୧ତାରିଖ ଦିନ ତାଙ୍କ ପୁଅ ଘରୁ କିଛି ଟଙ୍କା ଓ ଡ୍ରେସ ନେଇ କେଉଁ ଆଡେ ଚାଲିଯାଇଛି । ନିଖୋଜ ହୋଇଥିବା ପିଲାଟି ହେଉଛି ନିର୍ମାଲ୍ୟ ରାଉତ (୧୫ବର୍ଷ) ଯେ କି ସତ୍ୟାନନ୍ଦ ହାଇସ୍କୁଲର ଦଶମ ଶ୍ରେଣୀର ଛାତ୍ର ଅଟେ । ଗତ ୫ଦିନ ହେବ ବାପା ମା ଖୋଜା ଖୋଜି କରି ବେହାଲ ହୋଇଗଲେଣି । ବନ୍ଧୁବାନ୍ଧବ ଠାରୁ ଆରମ୍ଭ କରି ସାଙ୍ଗସାଥୀ ଯାହାକୁ ପଚାରିଲେ ମଧ୍ୟ କୌଣସି ପତ୍ତା ମିଳୁନାହିଁ । ଏ ନେଇ ସେମାନେ ଥାନାରେ ମଧ୍ୟ ଏକ ଲିଖିତ ଅଭିଯୋଗ କରି ଜଣାଇଛନ୍ତି । ପୋଲିସ ଏ ବାବଦରେ ଏକ ମାମଲା ରୁଜୁ କରିବା ସହ ନିର୍ମାଲ୍ୟ ଖୋଜିବାରେ ଲାଗିପଡିଛି ।