ଭୁବନେଶ୍ୱର(ଏଟିଆର ବ୍ୟୁରୋ): ରାଜଧାନୀ ବାସୀଙ୍କ ଚିନ୍ତା ବଢାଉଛି କରୋନା । ଆଜି ଗୋଟାଏ ଦିନରେ ୧୬ ପଜେଟିଭ ଚିହ୍ନଟ । ସେମାନଙ୍କ ମଧ୍ୟରୁ ୧୪ ଜଣ ହୋମ୍ କ୍ୱାରେଣ୍ଟାଇନ ସେଣ୍ଟରରୁ ହୋଇଥିବା ବେଳେ ୨ ଜଣ ସ୍ଥାନୀୟ ବାସିନ୍ଦା ଅଛନ୍ତି । ତେବେ ଆଜି ଚିହ୍ନଟ ହୋଇ ଥିବା ଆକ୍ରାନ୍ତଙ୍କ ମଧ୍ୟରୁ ପଟିଆ ଶ୍ରୀବିହାରରୁ ଦୁଇ ଜଣ ପୁରୁଷ ଓ ଜଣେ ମହିଳା ରହିଛନ୍ତି । ସେହିଭଲି ଜୟଦେବ ବିହାର ବିଜୁ ପଟ୍ଟନାୟକ କଲେଜ ପାଖରୁ ଜଣେ ୭୧ ବର୍ଷୀୟ ବୃଦ୍ଧା ଓ ଜଣେ ୭୨ ବର୍ଷୀୟ ମହିଳା ରହିଛନ୍ତି । ନିକଟରେ ସେମାନେ ୟୁଏସଏରୁ ଫେରିଥିଲେ । ସେହିପରି ୟୂନିଟ-୪ ସ୍ଥିତି ଶାସ୍ତ୍ରୀ ନଗରରୁ ଜରେ ୭୫ ବର୍ଷ ପୁରୁଷ ଓ ଜଣେ ୪୦ ବର୍ଷର ଯୁବକ ସଂକ୍ରମିତ ହୋଇଛନ୍ତି । ନିକଟରେ ଏମାନେ କଲିକତାରୁ ଫେରୁଥିଲେ । ସେହିଭଲି ଡୁମୁଡୁମାରୁ ଜଣେ ୨୨ ବର୍ଷ ଯୁବକ ସଂକ୍ରମିତ ହୋଇଛନ୍ତି । ନିକଟରେ ସେ ପୁନେରୁ ଫେରିଥିବା ଜଣାପଡିଛି । ସେହିପରି କଲିଙ୍ଗ ବିହାରରୁ ଜରେ ୩୪ ବର୍ଷୀୟ ପୁରୁଷ କରୋନା ସଂକ୍ରମିତ ହୋଇଛନ୍ତି । ନିକଟରେ ସେ ଓମାନରୁ ଫେରିଥିଲେ । ସେହିପରି ସତ୍ୟନଗରରୁ ଜଣେ ୩୩ ବର୍ଷୀୟ ଯୁବକ ସଂକ୍ରମିତ ହୋଇଛନ୍ତି । ନିକଟରେ ସେ ଦିଲ୍ଲୀରୁ ଫେରିଥିଲେ । ସେହିପରି ନୟାପଲ୍ଲୀ ସବର ସାହି ନିକଟରୁ ଜଣେ ୫୪ ବର୍ଷୀୟ ପୁରୁଷ କରୋନା ସଂକ୍ରମିତ ହୋଇଛନ୍ତି । ନିକଟରେ ସେ ଚୋନ୍ନାଇରୁ ଫେରିଥିଲେ ।
ସେହିପରି ରସୁଲଗଡ ନେତାଜୀ ବିହାରରୁ ଜଣେ ୪୭ ବର୍ଷୀୟ ପୁରୁଷ ଆକ୍ରାନ୍ତ ହୋଇଛନ୍ତି । ନିକଟରେ ସେ ଗୁଡଗାଁଓରୁ ଫେରିଥିଲେ । ସେହିପରି ଯଦୁପୁରରୁ ଜଷଣ ୩୧ ବର୍ଷୀୟ ପୁରୁଷ ସଂକ୍ରମିତ ହୋଇଛନ୍ତି । ନିକଟରେ ସେ ଦିଲ୍ଲୀରୁ ଫେରିଥିଲେ । ସେହିପରି ୟୁନିଟ -୩ ରୁ ଜଣେ ୬୦ ବର୍ଷୀୟ ମହିଳା ସଂକ୍ରମିତ ହୋଇଛନ୍ତି । ନିକଟରେ ତାଙ୍କର ଜଣେ ସମ୍ପର୍କୀୟ କଲିକତାରୁ ଫେରିଥିବା ଜଣା ପଡିଛି । ଏହି ୧୪ ଜଣ ବାହାର ରାଜ୍ୟରୁ ଫେରି ହୋମ୍ କ୍ୱାରେଣ୍ଟାଇନରେ ରହିଥିଲେ । ସେହିପରି ୨ ଜଣ ସ୍ଥାନୀୟ ଆକ୍ରାନ୍ତ ହେଲେ ପଲାସୁଣି କପିଲାଶ୍ୱର ବିହାରର ଜଣେ ୨୫ ବର୍ଷୀୟ ଯୁବକ । ନିକଟରେ ସେ ଭଦ୍ରକରୁ ଫେରିଥିଲେ । ଅନ୍ୟ ଜଣେ ହେଉଛନ୍ତି ଜଣେ ୩୨ ବର୍ଷୀୟ ପୁରୁଷ । ସେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ କାମ କରୁଥିବା ଜଣାପଡିଛି । ଏନେଇ ଭୁବନେଶ୍ୱର ମହାନଗର ପକ୍ଷରୁ ଟ୍ୱିଟ ଜରିଆରେ ସୂଚନା ଦିଆଯାଇଛି ।ଏହାକୁ ମିଶାଇ ରାଜଧାନୀ ଭୁବନେଶ୍ୱରରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨୨ରେ ପହଞ୍ଚିଛି । ସେମାନଙ୍କ ମଧ୍ୟରୁ ୬୦ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୫୮ ଜଣ ଚିକିତ୍ସିତ ହେଉଛନ୍ତି ।