ପୁରୀ (ଏଟିଆର ବ୍ୟୁରୋ): ମର୍ମନ୍ତୁଦ ସଡକ ଦୁର୍ଘଟଣା । ଅଟୋ ସହ ମୁହାଁ ମୁହିଁ ଧକ୍କା ହେଲା ସ୍କୁଟି । ଦୁର୍ଘଟଣାରେ ଚାଲିଗଲା ଦୁଇ ଶିକ୍ଷୟତ୍ରୀଙ୍କ ଜୀବନ । ଏହି ମର୍ମନ୍ତୁଦ ଦୁର୍ଘଟଣା ପିପିଲି ଥାନା ଦାଣ୍ଡମୁକୁନ୍ଦପୁର ନିକଟରେ ଘଟିଛି ।
ମୃତ୍ୟୁ ହୋଇଥିବା ଦୁଇ ଶିକ୍ଷୟତ୍ରୀ ସ୍ନେହଲତା ସାହୁ(୪୨) ଏବଂ ଶୁଭଲକ୍ଷ୍ମୀ ପରିଡା (୪୨) ପୀତବାସ ୟୁଜି ଏମଇ ସ୍କୁଲର ବୋଲି ଜାଣିବାକୁ ମିଳିଛି । ସବୁଠାରୁ ଦୁଃଖର ବିଷୟ ହେଉଛି ମୃତକ ଦ୍ୱୟ ପିଉସୀ ଏବଂ ଝିଆରୀ ।
ଆଜି ସକାଳୁ ସକାଳୁ ପିଉସୀ ଓ ଝିଆରୀ ଦୁହେଁ ସ୍କୁଟି ଯୋଗେ ସ୍କୁଲକୁ ବାହାରିଥିଲେ । ମାତ୍ର ଉଭୟେ ସ୍କୁଲରେ ପହଁଚି ପାରିନଥିଲେ । ଅଧା ବାଟରେ ଦୁର୍ଘଟଣାରେ ଚାଲିଯାଇଥିଲା ସେମାନଙ୍କ ଜୀବନ । ଦାଣ୍ଡମୁକୁନ୍ଦପୁର ଠାରେ ଏକ ଅଟୋ ସହ ମୁହାଁ ମୁହିଁ ଧକ୍କା ହୋଇଥିଲା ତାଙ୍କ ସ୍କୁଟି । ଏହାପରେ ସ୍କୁଟି ଚଲାଉଥିବା ଦୁଇ ଶୀକ୍ଷୟତ୍ରୀଙ୍କ ଅବସ୍ଥା ଗୁରୁତର ହୋଇପଡିଥିଲା । ଏହାପରେ ତାଙ୍କୁ ପ୍ରଥମେ ପିପିଲି ହସ୍ପିଟାଲ ଏବଂ ପରେ କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇଥିଲା । ମାତ୍ର ଦୁହିଁଙ୍କୁ ବଞ୍ଚାଇ ପାରିନଥିଲେ ଡାକ୍ତର । ସେଠାରେ ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ ।