ଭୁବନେଶ୍ୱର(ଏଟିଆର ବ୍ୟୁରୋ): ରାଜ୍ୟରେ ଦିନକୁ ଦିକ କରୋନା ସଂକ୍ରମଣଙ୍କ ସଂଖ୍ୟା ବଢିବାରେ ଲାଗିଛି । ତେବେ କିଛି ଦିନ ହେବ କ୍ରମାଗତ ଭାବେ ରାଜଧାନୀ ଭୁବନେଶ୍ୱରରୁ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଆଜି ଭୁବନେଶ୍ୱରୁ ୧୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଭୁବନେଶ୍ୱର ମୋଟ ୧୪୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି । ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୧୪ ଜଣ ହୋମ କ୍ୱାରାଣ୍ଟାଇଟରୁ ଥିବା ବେଳେ ୩ ଜଣ ସ୍ଥାନୀୟ ବାସିନ୍ଦା ।
ଆସନ୍ତୁ ନଜର ପକାଇବା ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି ଉପରେ
• ଆଜି ୭ ଜଣ ପୁରୁଷ ରେଲୱେ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଛନ୍ତି । ନିକଟରେ ସେମାନେ ଦିଲ୍ଲୀରୁ ଫେରି ହୋମ୍ କ୍ୱାରାଣ୍ଟଇନରେ ରହିଥିଲେ ।
• ଭିମପୁରରୁ ଅଞ୍ଚଳରୁ ୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗୋଟିଏ ପରିବାରରୁ ଜଣେ ୩୨ ବର୍ଷୀୟ ପୁରୁଷ ହୋଇଥିବା ବେଳେ ଆଉଜଣେ ୬୨ ବର୍ଷୀୟ ବୃଦ୍ଧା ରହିଛନ୍ତି ।ନିକଟରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ସହ ଏମାନଙ୍କର ଲିଙ୍କ ରହିଛି । ସେହିପରି ଭୀମପୁର ମା ଶକ୍ତି ହସ୍ପିଟାଲ ନିକଟରୁ ଜଣେ ୬୪ ବର୍ଷୀୟ ପୁରୁଷ ଆକ୍ରାନ୍ତ ହୋଇଛନ୍ତି । ଏମାନନେ ଦିଲ୍ଲୀରୁ ଫେରି ହୋମ କ୍ୱାରାଣ୍ଟାଇନରେ ଥିଲେ ।
• ସେହିପରି ଡୁମୁଡୁମା ଏଚବି କଲୋନୀରୁ ଜଣେ ୨୫ ବର୍ଷୀୟ ପୁରୁଷ ଆକ୍ରାନ୍ତ ହୋଇଛନ୍ତି । ନିକଟରେ ସେ ଦିଲ୍ଲୀରୁ ଫେରି ହୋମ କ୍ୱାରାଣ୍ଟାଇନରେ ଥିଲେ ।
• ସେହିପରି ନୂଆପଲ୍ଲୀ ସବରସାହିରୁ ଜଣେ ୨୫ ବର୍ଷୀୟ ପୁରୁଷ ଓ ଜଣେ ବର୍ଷୀୟ ଶିଶୁ କରୋନା ଆକ୍ରାନ୍ତ ହୋଇଛନ୍ତି । ନିକଟରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଏମାନେ ଆସିଥିବାର ଜଣାପଡିଛି ।
• ସେହିଭଲି ପେଡ କ୍ୱାରାଣ୍ଟାଇନରେ ରହିଥିବା ଜଣେ ୨୪ ବର୍ଷୀୟ ମହିଳା ସଂକ୍ରମିତ ହୋଇଛନ୍ତି । ନିକଟରେ ଚିହ୍ନଟ ହୋଇଥିବା ଜଣେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ସେ ଆସିଥିବା ସହ ଦିଲ୍ଲୀରୁ ଫେରିଥିଲେ ।
• ନହରକଣ୍ଟା ପୁରୀ କେନାଲ ରେଡ ନିକଟରୁ ଜଣେ ୨୭ ବର୍ଷୀୟ ପୁରୁଷ କରୋନା ଆକ୍ରାନ୍ତ ହୋଇଛନ୍ତି । ତାଙ୍କର କୌଣସି ଟ୍ରାଭେଲ ହିଷ୍ଟ୍ରି ନାହିଁ ।
• ସେହିଭଲି ଜଣେ ୩୨ ବର୍ଷୀୟ ସରକାରି ମେଡିକାଲ କର୍ମଚାରୀ ସଂକ୍ରମିତ ହୋଇଛନ୍ତି । ତାଙ୍କର କୌଣସି ଟ୍ରାଭେଲ ହିଷ୍ଟ୍ରି ନାହିଁ ।
• ସେହିପରି ଜୟଦେବ ବିହାର ନିକଟରୁ ଜଣେ ୩୭ ବର୍ଷୀୟ ମହିଳା ଆକ୍ରାନ୍ତ ହୋଇଛନ୍ତି । ନିକଟରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ସେ ଆସିଥିବା ଜଣାପଡିଛି ।
ତେବେ ରାଜଧାନୀ ଭୁବନେଶ୍ୱରରୁ ଚିହ୍ନଟ ହୋଇଥିବା ମୋଟ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୮୮ ଜଣ ସୁସ୍ଥହୋଇଥିବା ବେଳେ ୬୪ ଟି ସକ୍ରିୟ କେସ ରହିଛି । ସେହିପରି ୩ ଜଣଙ୍କ ମୃତ୍ୟୁ ହୋଇଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ ୪ ହଜାର ୩୩୮ ଜଣ କରୋନା ପଜେଟିଭ ଚିହ୍ନଟ ହୋଇସାରିଲେଣି । ସେମାନଙ୍କ ମଧ୍ୟରୁ ମୋଟ ୩ ହଜାର ୦୪୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।