ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଆଜି ପୁଣି ରାଜ୍ୟରୁ ୧୭୫ ଜଣ ପଜେଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ୪ ହଜାର ୩୩୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ସାରିଲେଣି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୧୪୫ ଜଣ କ୍ୱାରାଣ୍ଟାଇନ ସେଣ୍ଟରରୁ ହୋଇଥିବା ବେଳେ ୩୦ ଜଣ ସ୍ଥାନୀୟ ବାସିନ୍ଦା । ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଗଜପତିରୁ ସର୍ବାଧିକ ୫୭ ଜଣ ହୋଇଥିବା ବେଳେ ଖୋର୍ଦ୍ଧାରୁ ୨୫ ଜଣ ଚିହ୍ନଟ ହୋଇଛନ୍ତି ।
COVID-19 REPORT FOR 16th JUNE
New positive cases: 175
In quarantine: 145
Local contacts: 30(Details of local contacts will be shared by concerned Dist Administration)
District Wise Cases
1. Mayurbhanj: 5
2. Khordha: 25
3. Sundargarh: 5
4. Cuttack: 3
5. Jagatsinghpur: 7— I & PR Department, Odisha (@IPR_Odisha) June 17, 2020
ସେହିପରି ଝାଡସୁଗୁଡାରୁ ଜଣେ, ମୟୂରଭଞ୍ଜ ଓ ସୁନ୍ଦରଗଡରୁ ୫ ଜଣ ଲେଖାଏଁ, କଟକରୁ ୩, ଜଗତସିଂହପୁରରୁ ୭, ବାଲେଶ୍ୱରରୁ ୬, କେନ୍ଦ୍ରାପଡାରୁ ଜଣେ, ନୂଆପଡାରୁ ୪, କନ୍ଦମାଳରୁ ୭, ଭଦ୍ରକରୁ ୧୧, ପୁରୀରୁ ୧୮, ବଲାଙ୍ଗୀରୀରୁ ୩, ଗଞ୍ଜାମରୁ ଜଣେ ଚିହ୍ନଟ ହୋଇଛନ୍ତି । ସେହିପରି ପଶ୍ଚିମବଙ୍ଗରୁ ଅମ୍ପାନ ମୁକାବିଲା କରି ଫେରିଥିବା ୨୧ ଜଣ ଅଗ୍ନିଶମ କର୍ମଚାରୀ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
6. Jharsuguda: 1
7. Balasore: 6
8. Kendrapada: 1
9. Nuapada: 4
10. Kandhamal: 7
11. Bargarh: 11
12. Puri: 18
13. Gajapati: 57
14. Bolangir: 3
15. Ganjam: 1
16. Fire personnel returned from Amphan duty:21— I & PR Department, Odisha (@IPR_Odisha) June 17, 2020