ଖୋର୍ଦ୍ଧା (ଏଟିଆର ବ୍ୟୁରୋ); ସ୍ଥାନୀୟ ଜଙ୍କିଆ ଥାନା ଅନ୍ତର୍ଗତ ସରପାରି ଗାଁରେ ଘଟିଛି ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ ଗାଁର ୭ ବଖରା ଘର ପୋଡି ପାଉଁଶ ହୋଇ ଯାଇଛି । ଖବର ପାଇବା ପରେ ଗାଁରେ ଟାଙ୍ଗୀ ଦମକଳ ବାହିନୀ ପହଁଞ୍ଚି ନିଆଁକୁ ଆୟତ କରିଛି । କିନ୍ତୁ ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଭଷ୍ମୀଭୁତ ହୋଇ ଯାଇଛି । ସରପାରୀ ହରିଜନ ସାହିର ଅଞ୍ଜଳି ନାୟକଙ୍କ ତିନି ବଖରା ଘର, କମଳିନୀ ନାୟକଙ୍କ ତିନି ବଖରା, ପଦ୍ମଚରଣ ନାୟକଙ୍କ ଦୁଇ ବଖରା ଘର ପୋଡିଯାଇଥିବା ବେଳେ କମଳିନୀ ନାୟକ ତାଙ୍କ ଝିଅ ବାହାଘର ପାଇଁ ରଖିଥିବା ସମସ୍ତ ଆସବାବପତ୍ର ପୋଡିଯାଇଥିବାର ଦେଖାଯାଉଛି ।
ମିଳିଥିବା ସୂଚନା ଅନୁଯାୟୀ ବୁଧବାର ମିଳମ୍ବିତ ରାତିରେ ହଠାତ ଗାଁରେ ନିଆଁ ଲାଗିଯାଇଥିବା ଦେଖିଥିଲେ ଗାଁ ଲୋକ । ପ୍ରଥମେ ଗ୍ରାମବାସୀ ନିଆଁକୁ ଆୟତ କରିବା ପାଇଁ ଚେଷ୍ଠା କରିଥିଲେ । ମାତ୍ର ନିଆଁ ପ୍ରବଳ ଜୋରରେ ମାଡି ଯିବାରୁ ଘରେ ଥିବା ଟଙ୍କା ପଇସାଠାରୁ ଆରମ୍ଭ କରି ଆସବାବ ପତ୍ର ସବୁ ପୋଡି ପାଉଁଶ ହୋଇ ଯାଇଥିଲା । ଖବର ପାଇ ଟାଙ୍ଗୀ ଦମକଳ ବାହିନୀ ଘଟଣାସ୍ଥଳରେ ପହଁଞ୍ଚି ନିଆଁକୁ ଆୟତ କରିଥିଲା । କିନ୍ତୁ ସେତିକି ବେଳକୁ ସବୁ ସରିଯାଇଥିଲା । ନିଆଁରେ ପୋଡି ପାଉଁଶ ହୋଇ ଯାଇଥିଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି ।