ପୁରୀ(ଏଟିଆର ବ୍ୟୁରୋ): ପାର୍ବଣର ମାହୋଲ ଚାଲିଥିବା ହେତୁ ଚାରି ଆଡେ ଏବେ ଖୁସିର ମାହୋଲ ଦେଖିବାକୁ ମିଳୁଛି । ଲୋକମାନେ ନିଜ ପରିବାର ସାଙ୍ଗସାଥି ମାନଙ୍କ ସହ ବିଭିନ୍ନ ସ୍ଥାନକୁ ଯାଇ ପୂଜାକୁ ଉପଭୋଗ କରିଥାଆନ୍ତି । ହେଲେ ଏହି ଖୁସିର ମାହୋଲରେ ବେଳେ ବେଳେ ଘଟିଥାଏ ଅଘଟଣ । ପୁରୀ ସମୁଦ୍ରରେ ଏହି ଭଳି ଅଘଟଣ ହେବାକୁ ଯାଉଥିବା ବେଳେ ଅଳ୍ପକେ ରକ୍ଷା ପାଇଯାଇଛି ।
ସୁଚନା ମୁତାବକ, ଗତକାଲି ଭୁବନେଶ୍ୱରର ଶିଖରଚଣ୍ଡି ଠରେ ବାସ କରୁଥିବା ରାଜା ସାହୁ(୧୯ବର୍ଷ) ନିଜ ସାଙ୍ଗ ମାନଙ୍କ ସହ ପୂଜା ଛୁଟି କଟାଇବାକୁ ପୁରୀ ଯାଇଥିବା ବେଳେ ସେଠାରେ ସେମାନେ ସମୁଦ୍ରରେ ଗାଧେଇଥିଲେ । ସେଠାରେ ହଠାତ ବଡ଼ ବଡ଼ ପାଣିର ଜୁଆର ଆସିବାରୁ ରାଜାଙ୍କୁ ପାଣି ଭିତରକୁ ଟାଣୀ ହୋଇ ଯାଇଥିଲେ । ସେ ପାଣି ଭିତରକୁ ପଳାଉଥିବାର ଦେଖି ସେଠାରେ ଉପସ୍ଥିତ ଥିବା ଲାଇଫଗାର୍ଡ ମାନେ ସଙ୍ଗେ ସଙ୍ଗେ ପାଣି ଭିତରକୁ ଯାଇଥିଲେ ଓ ତାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ । ରାଜାଙ୍କୁ ଡାକ୍ତରଖାନାରେ କିଛି ଆଶୁଂ ଚିକିତ୍ସା ଦେବା ପରେ ସେ ସୁସ୍ଥ ଥିବା ଜଣାପଡିଛି ।