ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଆସନ୍ତା ମାର୍ଚ୍ଚ ୧୫ରେ ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଯାଉଛି ୧୦ମ ଓଡିଆ ଫିଲ୍ମ ଫେୟାର ଆୱାର୍ଡସ (ଓଫା) । ଦୀର୍ଘ ୯ବର୍ଷ ଧରି ଏହି ଆୱାର୍ଡ ସୋ’ ମାଧ୍ୟମରେ ଓଲିଉଡର ବହୁ କଳାକାର ମାନଙ୍କୁ ସମ୍ମାନିତ କରାଯାଉଛି ।
ପ୍ରତିବର୍ଷ ଏହି ଆୱାର୍ଡ ସୋ’ ଭୁବନେଶ୍ୱର ଓ କଟକରେ ଆୟୋଜିତ ହୋଇ ଆସୁଛି । ଚଳିତ ବର୍ଷ ଓଫା ଆୱାର୍ଡ ଭୁବନେଶ୍ୱର ସ୍ଥିତ ଜନତା ମଇଦାନରେ ଅନୁଷ୍ଠିତ ହେବାକୁ ଯାଉଛି ।
ଇଭେଣ୍ଟ ମ୍ୟାନେଜମେଣ୍ଟ କମ୍ପାନୀ ‘କାନଭାସ୍’ ଚଳିତ ବର୍ଷ ଓଡିଆ ଫିଲ୍ମ ଫେୟାର ଆୱାର୍ଡ ଆୟୋଜନ କରୁଛି । ସବୁ ବର୍ଷ ଭଳି ଏବର୍ଷ ମଧ୍ୟ ଏହି ଉତ୍ସବ ଟି ବହୁ ଆଡମ୍ବରରେ ଆୟୋଜିତ ହେବ ବୋଲି ଆୟୋଜକ ସୁଚନା ଦେଇଛନ୍ତି ।
ପୂର୍ବ ବର୍ଷ ଗୁଡିକ ଭଳି ଚଳିତ ବର୍ଷ ମଧ୍ୟ ଜଣେ ବଲିଉଡ କଳାକାରଙ୍କ ଦ୍ୱାରା ଓଲିଉଡ କଳାକାର ମାନଙ୍କୁ ଆୱାର୍ଡ ପ୍ରଦାନ କରାଯିବ ବୋଲି ଓଫାର ଅଧ୍ୟକ୍ଷ ଉଲ୍ଲାସ ଚନ୍ଦ୍ର ବେହୁରା ସୂଚନା ଦେଇଛନ୍ତି ।