ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଦିନକୁ ଦିନ କୋରନାର ସ୍ଥିତି ଗମ୍ଭୀର ହେବାକୁ ଲାଗିଥିବା ବେଳେ ଏହାର ମୁକାବିଲା ପାଇଁ ସମସ୍ତ ପ୍ରକାରର ପ୍ରୟାସ ରାଜ୍ୟ ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଉଛି କିନ୍ତୁ ଏହି ମହାମାରୀ ନିଜର କାୟା ବିସ୍ତାର କରିବାରେ ଲାଗିଛି । ରାଜ୍ୟର ବିଭିନ୍ନ ଜିଲ୍ଲା ଗୁଡିକରେ ସ୍ଥିତି ଧୀରେ ଧୀରେ ଗମ୍ଭୀର ହେବାରେ ଲାଗିଲାଣି । ଗଞ୍ଜାମରେ ସ୍ଥିତି ସଙ୍ଘିନ ଥିବା ବେଳେ ଅନ୍ୟ ଜିଲ୍ଲାଗୁଡିକରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ହେବାରେ ଲାଗିଲାଣି ।
ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ଜିଲ୍ଲା ପ୍ରଶାସନ ମାନଙ୍କୁ କାର୍ଯ୍ୟଭାର ଦିଆଯାଇଛି କି ସେମାନେ କରୋନାର ସ୍ଥିତି ଦେଖି ନିଜ ଜିଲ୍ଲାରେ ସଟଡାଉନ ଓ ଲକଡାଉନ ଘୋଷଣା କରିପାରିବେ । ତେବେ ଆଜି ଠାରୁ ଖୋର୍ଦ୍ଧା ଜିଲ୍ଲାର ୨ଟି ବ୍ଲକ ସମେତ ୨ଟି ଏନ.ଏ.ସିକୁ ପ୍ରଶାସନ ପକ୍ଷରୁ ସମ୍ପୂର୍ଣ୍ଣ ସଟଡାଉନ ଘୋଷଣା କରାଯାଇଛି । ଖୋର୍ଦ୍ଧା ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗି ଥିବାରୁ ଏହିଭଳି ପଦକ୍ଷେପମାନ ଗ୍ରହଣ କରାଯାଇଛି । ଆଜି ସନ୍ଧ୍ୟା ୭ଟାରୁ ୧୪ ତାରିଖ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଏହି ସଟଡାଉନ ଘୋଷଣା କରାଯାଇଛି ।
ତେବେ ଏହି ସମୟରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ବ୍ୟତୀତ ସମସ୍ତ ଦୋକାନ ବଜାର ବନ୍ଦ ରହିବ । ବନ୍ଦ ହୋଇଥିବା ବ୍ଲକ ୨ଟି ହେଉଛି ଚିଲିକା ଓ ବାଣପୁର । ସେହିପରି ବାଲୁଗାଁ ଓ ବାଣପୁର ଏନ.ଏ.ସିକୁ ସଟଡାଉନ ଘୋଷଣା କରାଯାଇଛି ।
ଆଜି ଠାରୁ ୧୪ ତାରିଖ ପର୍ଯ୍ୟନ୍ତ ଖୋର୍ଦ୍ଧା ଜିଲ୍ଲାର ୨ବ୍ଲକ ଓ ୨ଏନ.ଏ.ସି ସଟଡାଉନ
Tags #AtrNews #Odisha