ସମ୍ବଲପୁର / ବ୍ୟୁରୋ (ଏଟିଆର ବ୍ୟୁରୋ): ସାରା ବିଶ୍ୱକୁ ଏବେ କରୋନାର ଆତଙ୍କ ଘାରିଥିବା ବେଳେ ଆମ ଦେଶରେ ମଧ୍ୟ କିଛି କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏହି ଆତଙ୍କରୁ ଓଡିଶା ବା କିପରି ବାଦ ପଡିବ । ପ୍ରତିଦିନ ରାଜ୍ୟର ବିଭିନ୍ନ ଜିଲ୍ଲାରୁ କରୋନା ସନ୍ଦିଗ୍ଧ ରୋଗୀ ଚିହ୍ନଟ ହେଉଛନ୍ତି । ଗତକାଲି ପାରାଦ୍ୱୀପରୁ ୨ କରୋନା ସନ୍ଦିଗ୍ଧ ଚିହ୍ନଟ ହେବା ପରେ ସେମାନଙ୍କୁ କଟକ ଏସସିବିରେ ଭର୍ତ୍ତି କରାଯାଇଥିଲା । ତେବେ ଆଜି ପୁଣି ଆଉ ୨ ସନ୍ଦିଗ୍ଧ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ସୋନପୁର ଜିଲ୍ଳାର ହୋଇଥିବା ବେଳେ ଜଣେ କେନ୍ଦୁଝର ଜିଲ୍ଲାର ବୋଲି ଜଣାପଡିଛି ।
ଚିହ୍ନଟ ହେବା ପରେ ଜଣଙ୍କୁ ବୁର୍ଲାସ୍ଥିତ ଭିମସାରେ ଭର୍ତ୍ତି ହୋଇଥିବା ବେଳେ ଆଉ ଜଣେ କେନ୍ଦୁଝର ଜିଲ୍ଳା ହସ୍ପିଟାଲରେ ଚିକିତ୍ସତ ହେଉଛନ୍ତି । ସୂଚନାନୁଯାୟୀ, ଗତ ୨୭ ତାରିକ ଦିନ ସୋନପୁର ଜିଲ୍ଳାର ଜଣେ ଯୁବକ ଦୁବାଇରୁ ଫେରିଥିଲେ ।ତେବେ ଫେରିବା ଦିନ ଠାରୁ ଥଣ୍ଡା, ଜ୍ୱର ନ ଛାଡିବାରୁ ସେ ଡାକ୍ତରଙ୍କ ପରାମର୍ଶ କ୍ରମେ ଭୀମସାଗରର ସ୍ୱତନ୍ତ୍ର କରୋନା ୱାର୍ଡରେ ଚିକିତ୍ସିତ ହେଉଛନ୍ତି । ସନ୍ଦିଗ୍ଧଙ୍କଠାରୁ ସ୍ୱାବ ନମୁନା ସଂଗ୍ରହ କରି ଭୁବନେଶ୍ୱର ପଠାଇଥିବା କହିଛନ୍ତି କର୍ତ୍ତୃପକ୍ଷ।ସେହିପରି କେନ୍ଦୁଝର ଜିଲ୍ଲାରେ ଚିହ୍ନଟ ହୋଇଥିବା ସନ୍ଦିଗ୍ଧ କିଛି ଦିନ ପୂର୍ବରୁ ଆଣ୍ଡାମାନା ନିକୋବରରୁ ଫେରିଥିଲେ। ହେଲେ ସେବେଠୁ ଥଣ୍ଡା କାଶ ନ ଛାଡ଼ିବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ତେବେ କରୋନା ପ୍ରତି ସଚେତନ ହେବା ପାଇଁ ଏସଆରସିର ପରାମର୍ଶ ଦିଆଯାଇଛି ;
୧. ସ୍ୱଚ୍ଛତା ଉପରେ ଧ୍ୟାନ ଦିଅନ୍ତୁ।
୨. କିଛି ସମୟ ବ୍ୟବଧାନ ରଖି ସାବୁନ୍ରେ ଭଲ ଭାବେ ହାତକୁ ପରିସ୍କାର କରନ୍ତୁ।
୩. ଛିଙ୍କିବା ଓ କାଶିବା ସମୟରେ ନିଶ୍ଚୟ ମୁହଁକୁ ରୁମାଲ ଦିଅନ୍ତୁ।
୪. ସେହିପରି ହାତ ଯଦି ଅପରିସ୍କାର ଥିବା ଭଳି ଦେଖା ଯାଉନାହିଁ, ତେବେ ତାହାକୁ ଅଣଦେଖା କରନ୍ତୁ ନାହିଁ। ଆଲକହଲଯୁକ୍ତ ହାତ ଧୁଆ ସାବୁନ୍ ବ୍ୟବହାର କରି ହାତକୁ ଧୁଅନ୍ତୁ।
୫. ବ୍ୟବହୃତ ଟିସୁକୁ ବନ୍ଦ ଥିବା ଡଷ୍ଟବିନ୍ରେ ମନେ କରି ସଙ୍ଗେସଙ୍ଗେ ପକାନ୍ତୁ।
୬. ଅସୁସ୍ଥ ଲାଗିଲେ ଅବହେଳା ନକରି ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।
୭. ଜ୍ୱର, କାଶ ଓ ଥଣ୍ଡା ହୋଇଥିବା ରୋଗୀଙ୍କ ଠାରୁ ଯଥା ସମ୍ଭବ ଦୂରେଇ ରୁହନ୍ତୁ।
୮. ସର୍ବସାଧାରଣସ୍ଥାନମାନଙ୍କରେ ଛେପ ଓ ଖଙ୍କାର ଆଦି ପକାଇବାରୁ ନିଜକୁ ନିବୃତ୍ତ ରଖନ୍ତୁ।
୯.ପଶୁପକ୍ଷୀଙ୍କ ଠାରୁ ଦୂରେଇ ରୁହନ୍ତୁ। କଞ୍ଚା କିମ୍ବା ଅଧାରନ୍ଧା ହୋଇଥିବା ମାଂସ ଖାଆନ୍ତୁ ନାହିଁ।