ଅନୁଗୁଳ ( ଏଟିଆର ନ୍ୟୁଜ): ବୁଡି ଯାଉଥିବା ସାଙ୍ଗର ଜୀବନ ବଞ୍ଚାଇବାକୁ ଯାଇ ଚାଲିଗଲା ଆଉ ଜଣଙ୍କ ଜୀବନ । ସାଙ୍ଗ ବୁଡି ଯାଉଥିବା ଦେଖି ସାଙ୍ଗକୁ ଉଦ୍ଧାର କରିବାକୁ ସେ କେନାଲକୁ ଯାଇଥିଲେ ହେଲେ ସାଙ୍ଗକୁ ଉଦ୍ଧାର କରୁକରୁ ନିଜେ ବୁଡିଯାଇ ଚାଲିଗଲା ଜୀବନ ।ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲା ହେମସୁରା କେନାଲ ନିକଟରେ ।
ସୂଚନା ଅନୁସାରେ ସ୍ଥାନୀୟ ଅଞ୍ଚଳର ବାବୁ ମହାନ୍ତି ଓ ତାଙ୍କ ସାଙ୍ଗ ବୃନ୍ଦାବନ ସେଠୀ କେନାଲକୁ ଗାଧୋଇବାକୁ ଯାଇଥିଲେ । ହେଲେ ସେଠାରେ ଦୁଇ ସାଙ୍ଗ ଗାଧୋଇବା ସମୟରେ ବୃନ୍ଦାବନ ଗଭୀର କେନାଲକୁ ଚାଲି ଯାଇଥିଲେ । ଯେଉଁଠାରୁ ଆଉ ଫେରିବାକୁ ଯୁ ନଥିଲା ବୃନ୍ଦାବନଙ୍କର ।
ଏହାଦେଖି ସାଙ୍ଗ ବାବୁ ମହାନ୍ତି ତାଙ୍କୁ ବଞ୍ଚାଇବା ପାଇଁ ଯାଇଥିଲେ । ହେଲେ ସେଠାରେ ସାଙ୍ଗକୁ ବଞ୍ଚାଇବାକୁ ଚେଷ୍ଟା କରିବା ବେଳେ ଉଭୟ ବୁଡି ଯାଇଥିଲେ । ଫଳରେ ଘଟଣା ସ୍ଥଳରେ ଉଭୟଙ୍କର ମୃତ୍ୟୁ ହୋଇଛି । ତେବେ ୨ ସାଙ୍ଗଙ୍କର ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।