ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଚଳିତ ବର୍ଷ ଯୁକ୍ତ ଦୁଇ ପ୍ରଥମ ବର୍ଷରେ ପାସ ମାର୍କ ରଖି ନପାରିଲେ ଦ୍ୱିତୀୟ ବର୍ଷକୁ ଛାତ୍ରଛାତ୍ରୀ ଯାଇ ପାରିବେ ନାହିଁ ବୋଲି ସରକାର ଘୋଷଣା କରିବା ପରେ । ବିଭିନ୍ନ ଯୁକ୍ତ ୨ କଲେଜରେ ଛାତ୍ରଛାତ୍ରୀ ମାନେ ଏହାକୁ ବିରୋଧ କରିବା ସହ ଏହାକୁ ପ୍ରତ୍ୟାହାର କରିବାକୁ ଦାବି ହୋଇଥିଲା । ଏମିତି କି ଏହାକୁ ନେଇ ଛାତ୍ରଛାତ୍ରୀ ମାନେ କଲେଜ ଗେଟ ବନ୍ଦ କରିବା ସହିତ ବିଭିନ୍ନ ସ୍ଥାନରେ ମଧ୍ୟ ରାସ୍ତା ରୋକ କରିଥିବାର ଦେଖିବାକୁ ମିଳିଥିଲା ।
ତେବେ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଗଣଶିକ୍ଷାମନ୍ତ୍ରୀ ସମୀର ଦାସ । ସେ କହିଛନ୍ତି ପରୀକ୍ଷାକୁ ନେଇ ଛାତ୍ରଛାତ୍ରୀମାନେ ଭୟବୀତ ହୁଅନ୍ତୁ ନାହିଁ । ପ୍ରଥମ ବର୍ଷ ପରୀକ୍ଷା ହେବ । ଏହାକୁ ବ୍ୟବସ୍ଥିତ ଭାବେ କରାଯିବ । ଛାତ୍ରଛାତ୍ରୀଙ୍କୁ ଷପଲ କରିବା ସରାକାରଙ୍କ ଉଦ୍ଦେଶ୍ୟ ନୁହେଁ । ସୂଚନାଯୋଗ୍ୟ ଏକାମ୍ର ଓ ବିଜେପି କଲେଜ ଛାତ୍ରଛାତ୍ରୀ ଏହାକୁ ଜୋରଦାର ବିରୋଧ କରିଛନ୍ତି । ଛାତ୍ରଛାତ୍ରୀଙ୍କ ଅଭିଯୋଗ ରହିଛି ଅନେକ କଲେଜରେ ଏପର୍ୟ୍ୟନ୍ତ ପାଠ୍ୟ ଖସଡା ସରି ନଥିବା ବେଳେ କିଭଳିୂ ବିଲାମାନେ ଏତେ ଶିଘ୍ର ନିଜକୁ ପ୍ରସ୍ତୁତ କରିବେ । ତେଣୁ ବିଭାଗ ଏଥିରେ ପରିବର୍ତ୍ତନ ଆଣିବାକୁ ସେ ଦାବି କରିଛନ୍ତି ।